STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଏତିକି ପ୍ରାର୍ଥନା

ଏତିକି ପ୍ରାର୍ଥନା

1 min
218

ଏତିକି ପ୍ରାର୍ଥନା କରୁଛି ଶୁଣ ହେ

ଭାରତ ମାତାର ସନ୍ତାନ

ନିଜ ସ୍ୱାର୍ଥ ପାଇଁ ଅକାଳେ ବି ଦିନେ

ବିକି ଦେବ ନାହିଁ ଜାତିର ମାନ


ଏ ଦେଶର ସବୁ ଜନ ଯେ ଅଟନ୍ତି

ଆମର ଭଉଣୀ ଭାଇ

ସଭିଙ୍କୁ ଆଦରି ବିପଦେ ତାଙ୍କର

ଆହା ପଦେ ଦେବ କହି


ଏ ଦେଶ ଭାରତ ଅଟେ ଆମ ଗର୍ବ

ଅଟେ ଗାରିମା ଆମରି

ଦେଶପାଇଁ ଦେବା ଜୀବନ ଆମରି

ସେବା କରି ଯିବା ମରି


ନିଜ ଦେଶ ପାଇଁ କାମ କରି ଆମେ

ରଖିବା ଜାତିର ଟେକ

ଶପଥ କରିବା ଆସ ଆମେ ସର୍ବେ

ମନକୁ କରିଣ ଏକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract