STORYMIRROR

Jitendra Seth

Inspirational Others

3  

Jitendra Seth

Inspirational Others

ଏଥରର ଦୀପାବଳି

ଏଥରର ଦୀପାବଳି

1 min
313

ଗର୍ବ ଅହଙ୍କାର ମାନ ଅଭିମାନ

ଏ ସବୁକୁ ଦେଇ ଜାଳି

ଉଲ୍ଲାସ ମନରେ ମନେଇବା ଆସ 

ଏଥରର ଦୀପାବଳି ।। 


ନିଜ ବଳିଦାନେ ଦୀପଟି ଯେମିତି

ତୁଲାଏ ନିଜର କର୍ମ 

ଭେଦଭାବ ଭୁଲି ସଭିଙ୍କୁ ଆଦରି 

ପାଳିବା ମାନବ ଧର୍ମ ।। 


ଆତସବାଜି ଫୋଟକା ପରି 

ମନକୁ ଫୁଟେଇ ଦେବା 

ଖୋଲା ହୃଦୟରେ ରାଗରୁସା ଭୁଲି 

ସୁଖର ଲଡୁ ବାଣ୍ଟିବା ।। 


ଫୁଲଝରି ପରି ଝରଝର ହୋଇ 

ସଭିଙ୍କୁ କରିବା ଖୁସି 

ସର୍ପବାଣ ପରି ଲାଞ୍ଜକୁ ଲମ୍ବେଇ 

ରହିଥିବା ମିଳିମିଶି ।। 


ତାଳ,ଲଙ୍କା ଆଉ ଲକ୍ଷ୍ମୀ ବମ୍ ପରି 

ଫୁଟିବା ଶବଦ କରି 

ସତ୍ୟତାର ସେଇ ଗର୍ଜନ ମାଡ଼ରେ 

ଦୁର୍ନୀତି ଯିବରେ ହାରି ।। 


ଟଙ୍କା ଅପବ୍ୟୟ ଜମାରୁ ନକରି

ଶାନ୍ତିର ଦୀପ ଜାଳି 

ଉଲ୍ଲାସ ମନରେ ମନେଇବା ଆସ 

ଏଥରର ଦୀପାବଳି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational