STORYMIRROR

Balaram Barik

Abstract

2  

Balaram Barik

Abstract

ଏଥର ହୋଲି।

ଏଥର ହୋଲି।

1 min
3.1K

ନିଦ ଭାଙ୍ଗିଲା ପରେ 

ଏ ଦୁନିଆଟା ମୋତେ 

ବ୍ଲାକ ଏଣ୍ଡ ହ୍ଵାଇଟ୍ ଦିଶିଲା

ସିଜିନାଲ୍ ଫ୍ଲାୱାର ଗୁଡ଼ା

 ରଙ୍ଗହୀନ

ଗନ୍ଧ ହୀନ ଲାଗୁଥିଲା


ନା ବାଜା ନା ମଜା କିଛି ନାହିଁ

କେଉଁଠି ତ ଭାଙ୍ଗ ବଟା ହେଉନି

ମଶାଣିର ଶୂନ୍ୟତା 

ସବୁ ଗାଲ ସଫା ଦେଖାଗଲା

ଓଃ କଣ ହୋଇଗଲା ଏ

ଭୟ ଯେମିତି 

ଖୁସିର ତଣ୍ଟିକୁ ଚାପି ଧରିଛି


ଧେତେରିକା ମୋ ଜନ୍ମ ହେବାପରଠୁ

ଏମିତିକା ବେଢଙ୍ଗିଆ 

ବେରଙ୍ଗିଆ ହୋଲି ଦେଖିନି

ରଙ୍ଗରେ ଭାଇଚାରା ଥିଲା

ଏବେ ଭାଇରସ୍ ଅଛି 

ସମସ୍ତେ କହୁଛନ୍ତି


ଇଚ୍ଛା ହେଲା ଚାଲୁଣିରେ ଚଲେଇ

ହୋଲିର ସବୁ ଚାଇନା ରଙ୍ଗରୁ 

ଭାଇରସ୍ କୁ ବାହାର କରି 

ବିଚ୍ ରାସ୍ତାରେ ଜଳାଇ ଦିଅନ୍ତି

ସଭିଙ୍କୁ ଆଉ ଥରେ 

ଷ୍ଟିଲ୍ ହୋଇଯାଇଥିବା 

ମ୍ୟୁଜିକକୁ ରିଉଇଣ୍ଡ କରି ନଚାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract