STORYMIRROR

Rajashree Acharya

Abstract

2  

Rajashree Acharya

Abstract

ଏସିଡ

ଏସିଡ

1 min
3.1K

ଖୋଜୁ ଥିଲି ପାଇଗଲି

ପାଉ ପାଉ ହଜେଇଦେଲି

ତୁମକୁ

ହେଲେ ଏ ଡାଏରି ର ଶେଷରୁ ପ୍ରଥମ ଯାଏ

ପ୍ରଥମ ଫରଦ ରୁ ଅନ୍ତିମ ଯାଏ ଅଛ କେବଳ 

ତୁମେ

ଦେଖୁ ଦେଖୁ ରହିଗଲି ରହୁ ରହୁ ଦେଖିଦେଲି 

ଅନ୍ତିମ ପ୍ରତୀକ ଯାହା ମୁଁ ପାଇଥିଲି

ତୁମଠୁ

ଅଲିଭା ଚିହ୍ନ ସେ ଭାରି ବିକୃତ ଭାରି କଦାକାର 

ଏସିଡ ଫିଙ୍ଗା ଅପ୍ରାକୃତିକ ମୁହଁ ଦେଖି ଏକ ବେଖାତିର ଭାବ କିଛି ଅସ୍ୱାଭାବିକ ନୁହେଁ

ତୁମର

ହସୁ ହସୁ କାନ୍ଦି ଦେଲି,କାନ୍ଦୁ କାନ୍ଦୁ ହସିଦେଲ

ସେ ଅଲିଭା ଅପାସୋରା ସର୍ଜରୀକୃତ ମୁହଁ ରେ ଇଚ୍ଛା ହୁଏ ଖୁମ୍ବରେ 

ଟାଙ୍ଗି ନିଆ ଲଗେଇ ତତଲା ରଡ଼ ରେ ଚେଙ୍କି ଦିଅନ୍ତି

ତୁମକୁ

ଭାବୁ ଭାବୁ ରଖିଦେଲି ,ରଖୁରଖୁ ଭାବିଦେଲି

ଏ ଅଚିହ୍ନା ସମ୍ପର୍କ ରେ କିଏ ବେସି ଖୁସି ମୁଁ ନା

ତୁମେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract