STORYMIRROR

Satyabati Swain

Inspirational

3  

Satyabati Swain

Inspirational

ଏସବୁ ଅଢେଇ ଦିନ

ଏସବୁ ଅଢେଇ ଦିନ

1 min
262

କାହିଁକିରେ ଧନ

ଏତେ ଗୁମାନ

କାହିଁକି

ଲଢେଇ

ବଡେଇ

ଆତ୍ମଭିମାନ।


ପ୍ରତିଷ୍ଠା

ପ୍ରଭୁତ୍ୱ

କ୍ଷମତା

ଗଦି

ଗାଦି

ପଦ କି ପଦବୀ

କିଛି ନୁହେଁ ବାବୁ

ଏସବୁ ଅଢେଇ ଦିନ।


କେବଳ

ଏଇ ବର୍ତ୍ତମାନ

ଖୁସି ଖୁସି ବଂଚିଯା

ତୁ କି ଜାଣିଛୁ

କି ହେବ ପରକ୍ଷଣ

ମିଛେ କାହିଁକି

ଏତେ ଆତ୍ମଗର୍ଵ

ମୁଁ , ମୋର ତୋର ରଡି।


କି ସୁନ୍ଦର ତୋର ଶରୀର

କେତେ ସଜେଇ ସେଣ୍ଟ ପକେଇ

ଜିମ୍ ଯାଇ

କମେଇଛୁ

ସେ କଣ ତୋର !

ନିଃଶ୍ବାସ ଟିକକ ଚାଲିଗଲେ

ତୋ ନାଁ ବିଡି ହେବ ଶବ

କେହି ଛୁଇଁବେନି

ଛୁଇଁଲେ

ଗଙ୍ଗା ପାଣି ଛିଞ୍ଚି ହୋଇ

ପବିତ୍ର ହେବେ।


ତେବେ ତୁ କହ

କଣ ପାଇଁ

ଏତେ ଦୌଡା

ଟଣା ଭିଡା

ତୋ ଶରୀର ଯଦି ତୋର ନୁହେଁ

ତୋ ଆତ୍ମୀୟ ଯଦି

ତୋର ନୁହଁନ୍ତି।


ତ କାହା ପାଇଁ

କଣ ପାଇଁ

ଏତେ ଥାଟ ପାଟ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational