STORYMIRROR

BISWESWAR MAJHI

Abstract

2  

BISWESWAR MAJHI

Abstract

ଶିବରାତ୍ରି

ଶିବରାତ୍ରି

1 min
249

ଶିବରାତ୍ରି ଯେବେ ଉଭା ହୋଇଗଲା ଗହଳ ଚହଳ ହେଲା

ରାତି ଅଧେ ମହାଦୀପ ଉଠିବାକୁ ଭକତ ଜଗି ବସିଲା

ପାର୍ବତୀ ରାଗିକି ଶିବଙ୍କୁ କୁହନ୍ତି ନାମ ତ ଭୋଳା ଶଙ୍କର

ଜାଗର ତୁମର ଫିକା ପଡିଲାଣି ଗଂଜେଇ ଟାଣ ଏଥର

ପାଉଁଶ ବୋଳିକି ବାଘଛାଲ ପିନ୍ଧି ସାପ ବେକରେ ପକାଇ

ଭକତଙ୍କୁ ଆଉ ବାନ୍ଧି ପାରୁନାହଁ ଦେବାଧିଦେବଟି ହୋଇ

ରାତି ଅଧ ଯାଏ ଉପାସ ରହିକି ଜାଗର ଜାଳୁନି କେହି

ଫଳମୂଳ ଦୁଧ ଦହି ଛେନା ଖାଇ ଉପାସ କି ତାକୁ କହି

ଚେଇଁ ରହିବାକୁ ମୋବାଇଲ ଖୋଲି ଫିଲିମ୍ ଦେଖନ୍ତି ବସି

ୟୋ ୟୋ ହନି ରାପ୍ ଦେଖନ୍ତି ଦୀପରୁ ତେଲଟି ଖସି

ଶିବ କହୁଛନ୍ତି ଆମ ଭକ୍ତମାନେ ଭାରି ମତଲବୀ ସିନା

ଗଣେଷ ପୂଜାଠୁ କାର୍ତିକ ପୂର୍ଣମୀ ଉଡାନ୍ତି ଆମର ବାନା

ଶିବରାତ୍ରି ପାଇଁ ଚାନ୍ଦାଭେଦା କରି କରନ୍ତି ଭଜନ ସଂଧ୍ୟା

କଟ୍ରିନା କାଇଫ୍ ଅଣ୍ଟା ହଲାଇଲେ କିଏ ଆରାଧ୍ୟ ଆରାଧ୍ୟା

ଅଠରରେ ସିନା ଚୌଦ ଫେବୃୟାରୀ ଭାଲେଣ୍ଟାଇନ ଡେ ଥିଲା

ବଜରଂଗ ଦଳ ଡରରେ ପ୍ରେମିକ ପ୍ରେମିକାଙ୍କ ଧାଡି ହେଲା

ଗଲା ସନ ସାଧାରଣ ନିର୍ବାଚନ ଥିଲା ପାର୍ଟି ଟିକଟ ଆଶାୟୀ

ଭିଡ କରି ବସି ଜାଗର ଜାଳିଲେ ଖାଣ୍ଟି ଗୁଆ ଘିଅ ଦେଇ

ଏସନକୁ ମାତୃଭାଷା ଦିବସଟା ସାହିତ୍ୟ ସଭାର ଭିଡ

ସଞ୍ଜକୁ କରିବେ ଅର୍କେଷ୍ଟ୍ରା ଡିଜେରେ କାନ ମୋର ଜଡସଡ  

ଫି ସନ ନୂଆ ଫନ୍ଦି କରି କରି ଥକି ପଡିଲିଣି ମୁହିଁ 

ଦେବାଧିଦେବ ମୁଁ ମହାଦେବ ମିଛ ରଡ ମୋର ଆଉ ନାହିଁ

ମତଲବୀ ଭକ୍ତ ପରବେ ଆସିବେ ଅଦିନରେ ଦେଖା ନାହିଁ 

ଗଣେଶ କାର୍ତ୍ତିକ ପାର୍ବତୀ ବୃଷଭ ଖପା ହେଉଛନ୍ତି ଚାହିଁ

     


Rate this content
Log in

Similar oriya poem from Abstract