STORYMIRROR

Neelima Nivedita Behera

Romance

2  

Neelima Nivedita Behera

Romance

ଏଣୁତେଣୁ 2017 2

ଏଣୁତେଣୁ 2017 2

1 min
13.4K


ଦୀର୍ଘ ପନ୍ଦର ଦିନ ପରେ

ଆକାଶରେ ପୁଣିଥରେ ଉଇଁଥିଲା ଦ୍ଵିତୀୟା ଜହ୍ନ

ଉଦାସିଆ ଆଖି, ଶୁଖିଲା ଓଠ

ମୋ ସନ୍ଦେହର ଚାହାଣି ହିଁ ବୋଧେ ତା' କାରଣ,

ସନ୍ଦେହ ହେବନି ?

ମୁଁ ତ ଆଉ ନୀଳ କଇଁ ନୁହେଁ ଯେ

ନିହାତି ଫେରିବ ମୋ ପାଖକୁ ଦିନେ ଜହ୍ନ !

ପ୍ରୀତିର ଶୁଭ୍ରତାରେ ପୋଛିଦେବ ପାଖୁଡ଼ା ମୋ

ଲାଗିଥିବ ଯେତେସବୁ ପ୍ରତୀକ୍ଷାର ଲୁଣି ଚିହ୍ନ !

ବିଶ୍ଵାସ ମୋ ଊଣା ଥିଲା ମାନୁଛି

ମାନୁଛି ବି ପୁଷ୍କରିଣୀ ନୀଳ କଇଁ ମୁଁ ନୁହେଁ

ମୋ ମାନିବାଠୁ ବେଶୀ କିନ୍ତୁ ଉଦାର ଥିଲା ଜହ୍ନର ମନ

"ଯା', ତୋତେ କ୍ଷମା ଦେଲି" ବୋଲି କୁହେ...

ବାସ୍ !!! ଆଉ କ'ଣ ଲୋଡ଼ା ଥିଲା ?

ଦୀର୍ଘ ଦିନ ଅନ୍ତେ

ମନ୍ଦ ଗୋଟାଏ ଗୋଲାପି ହସ ମୋ ଆଖି ଦେଇ ଝରିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance