Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lata Behera

Abstract

4  

Lata Behera

Abstract

ଏଣ୍ଡୁରି ପିଠାରେ ପୁରିଅଛି ଘର

ଏଣ୍ଡୁରି ପିଠାରେ ପୁରିଅଛି ଘର

1 min
5



ଏଣ୍ଡୁରି ପିଠାରେ ପୂରି ଅଛି ଘର

ମହ ମହ ବାସୁଅଛି

ମାମୁଁ ଘରୁ ଆସେ ଅଷ୍ଟମୀ ବେଭାର

ମନ ଖୁସିରେ ଡେଉଁଛି ।


ପଡୁଆଁ ପିଲାର ପାଇଁ ମାମୁଁ ଘରୁ

ନବ ବସ୍ତ୍ର ଆସି ଅଛି

ହଳଦୀ ପତରେ ପିଠା ହେଇ ଅଛି

ବାସ ତା ଚହଟୁ ଅଛି ।


ଅରୁଆ ଚାଉଳ, ବିରି, ସୁଜି, ଚିନି

ତେଲ, ବେସନ ଆସିଛି

ମୁଢି ସାଥେ ପୁଣି ନଡିଆ ଆସିଛି

କେତେ ଖୁସି ଲାଗୁ ଅଛି ।


ନୂଆ ବସ୍ତ୍ର ପିନ୍ଧି ପଡୁଆଁ ପୁଅଟି

ମନ ଖୁସିରେ ବସିଛି

ମଥାରେ ଚନ୍ଦନ ଟୋପାକୁ ଲଗେଇ

ସଜେଇ ହେଇ ବସିଛି ।


ପରିବାର ମଧ୍ୟେ ସ୍ନେହ ମମତାର 

ଖୁସିର ସୁଅ ଛୁଟୁଛି

ଏକାଠି ବସିଣ ମାଜା ତାମସାରେ

ଏଣ୍ଡୁରି ଖିଆ ଚାଲିଛି ।


ଏଣ୍ଡୁରି ପିଠାରେ ପୁର ପଡିଅଛି

କେତେ ସ୍ବାଦ ଲାଗୁଅଛି

ହଳଦୀ ପତର ଏଣ୍ଡୁରି ପିଠାଟି

ମହ ମହ ବାସୁ ଅଛି ।


ଓଡିଆ ସଂସ୍କୃତି ପରମ୍ପରା ବିଧି

କିଏ ବା ଭୁଲି ପାରିଛି

ବରଷକୁ ଥରେ ଏଣ୍ଡୁରି ପିଠାର

ସ୍ବାଦଟି ବାରି ପଡୁଛି ।


ମାର୍ଗଶିର ମାସ କୃଷ୍ଣ ଅଷ୍ଟମୀରେ

ପ୍ରଥମାଷ୍ଟମୀ ପଡୁଛି

ଏଣ୍ଡୁରି ପିଠାଟି ହୁଏ ଏ ପର୍ବରେ

ସେ ସ୍ବାଦ ନିଆରା ଅଛି ।


Rate this content
Log in

Similar oriya poem from Abstract