STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଏମିତିକା ତୁମେ

ଏମିତିକା ତୁମେ

1 min
181

ତୁମକୁ ଦେଖିଲେ ଫୁଲେଇ ଫଗୁଣ

 ଓଢଣା ଫାଙ୍କରୁ ହସେ 

ଋଷିଗଲେ ଥରେ କୃଷ୍ଣଚୂଡା ବି

 ଲାଜେଇ ଝପଟି ବସେ  

 ଫଗୁ ରଙ୍ଗ ପରି ବାସେ

ତୁମ ବାସ୍ନାରେ ଆମ୍ବ ବଉଳଇ

 କୋଇଲି ବିରହୀ ଦିଶେ ।।


ରାଜହଂସୀ ତୁମ ଚାଲିରେ ବାରିଦ

 ଝିପିଝିପି ଆଖି ମାରେ 

ମେଘମହ୍ଲାର ଫିକା ପଡିଯାଏ

 ପାଦର ପାଉଁଜି ସୁରେ 

 ଚକୋରୀ ବି ଲାଜେ ମରେ

ମଳୟ ପବନ ଗଛ ପତରରେ

 ତୁମ ପାଇଁ ନୃତ୍ୟ କରେ ।


ତୁମରି ଛୁଆଁରେ ଫଗୁଣ ପବନେ

 ମିଠା ମିଠା ଯେ କବିତା 

 ତୁମ ଓଠ ତଳୁ ହସ ପାଖୁଡାରେ 

  ଗଳପ ଧାଡି ସାଇତା  

 ଶୁଣେ ବସି ସେହି କଥା

ଗଳ୍ପରୁ କାହାଣୀ କାହାଣୀରୁ ପ୍ରେମ

  ଲେଖା ତୁମ ମୋ କଥା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational