STORYMIRROR

Tapaswini DashSarangi

Romance

3  

Tapaswini DashSarangi

Romance

ଏମିତି ସେ ପ୍ରେମ...

ଏମିତି ସେ ପ୍ରେମ...

1 min
236

ଅତୁଳନୀୟ ତା'ର ରୂପକାନ୍ତି...

ସ୍ଵାର୍ଥହୀନ ପ୍ରେମର ଫାଶରେ

ଛନ୍ଦା ଦୁଇଟି ମନ ଦୁଇଟି ପ୍ରାଣ।

ଜୀର୍ଣ୍ଣଶୀର୍ଣ୍ଣ ଚମର ଆସ୍ତରଣ ଭିତରେ

 ସୁନ୍ଦର ଯୁଗଳ ହୃଦୟ।

ପ୍ରେମର କାଦମ୍ବରୀରେ ନିଃସୃତ ଧମନୀ

ଶ୍ଵେତ କୁନ୍ତଳ ଶୋଭିତ କୁଞ୍ଚିତ

ବଦନରେ ଥିବା ଠାକେରା ଚିବୁକରୁ

ଝଲସୁଛି ସ୍ନେହାଶକ୍ତ ହସ।

ମୃତ୍ୟୁର ନିମନ୍ତ୍ରଣରେ ଉଦ୍ଵେଳିତ

ନିଃସଙ୍ଗତାର ଡର କେଉଁଠି ନା କେଉଁଠି

ବିତିଥିବା ଅନେକ ଦଶନ୍ଧି

ଆଉ ବିତେଇଥିବା ସେଇ ବସନ୍ତର

ସ୍ମୃତିକୁ ଆହୁରି ଜାବୁଡ଼ି ଧରୁଛି।

ଅନୁରାଗପୂର୍ଣ୍ଣ ଭାବଧାରା ଅଛି ସତ

 ହେଲେ ନାହିଁ କିଛି ଦୈହିକ କାମନା

ମିଠା ମିଠା କଳହ ଅଛି ସତ

ନାହିଁ ଆନ୍ତରିକ ଆବିଳତା।

ବୟସ ପତ୍ରଝଡା ଦେଇଛି ସତ

ହେଲେ ଅଛି ଚିରସବୁଜ ସେ 

ଯୌବନର ଏକ ସୁନ୍ଦର ପ୍ରୀତିଭରା କାନନ।

ଏମିତି ସେ ପ୍ରେମ

ଅତୁଳନୀୟ ତା'ର ରୂପକାନ୍ତି

ପରିପକ୍ଵତାର ଶୀର୍ଷରେ ସେଇ ପ୍ରେମ

ସେଇ ବାର୍ଦ୍ଧକ୍ୟ ପ୍ରେମ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance