STORYMIRROR

Chittaranjan Parida

Inspirational Others

2  

Chittaranjan Parida

Inspirational Others

ଏମିତି ସେ ବହ୍ନି

ଏମିତି ସେ ବହ୍ନି

1 min
265

ଏମିତି ସେ ବହ୍ନି

ନା ଶିଖା ଉଠେ ନା ଉଠେ ଝାସ

ନା ଦେଖି ହୁଏ ନା ଉଠେ ତାପ ।

ଏମିତି ସେ ଅନଳ

ବଣିଆର ଫୁଙ୍କନଳୀ ଶିଖା ପରି

ଅଶୁଦ୍ଧ ସୁନାକୁ ବିଶୁଦ୍ଧ କଲାପରି

ଜୀବନକୁ ଆଉଟି

ଦେଇଥାଏ ନୂଆରୂପ ।

ଏମିତି ସେ ଦାବାନଳ

ଜୀବନର ଚଲାପଥେ

କେବେ କେବେ ଜଣା

ଅବା ଅଜଣାରେ

କିଛି ଭୁଲ ହୋଇଗଲେ

ଗ୍ରାସକରେ ବିବେକକୁ

ତା' ଅଦୃଶ୍ୟ ଶିଖାରେ

ଅନୁଶୋଚନାର ବାଟକୁ କଢାଇ

ଆଣିଦିଏ ଆନନ୍ଦ ଅମାପ ।

ଏମିତି ସେ ଅଗ୍ନି

ସଦାବେଳେ ସୁପଥ ଦେଖାଏ

ଜୀବନର ଚଲାପଥ କରେ କୁସୁମିତ

କ୍ଷମାର ଗୁଣରେ କରେ ବିଭୂଷିତ

ଭୂଲ୍ ମଣିଷ ମନରେ

ଆଣେ ପଶ୍ଚାତାପ ।

ଏମିତି ସେ ନିଆଁ

ବେଳେ ବେଳେ ଜୀବନକୁ

ଜାଳିପୋଡି କରେ ଛାରଖାର

ନା ଦାଗ ଦିଶେ

ନା ଦାଗ ଲିଭେ

ଲିଭିଥାଏ ମଶାଣି ଜୂଇରେ

ଏମିତି ସେ ବହ୍ନି

ଅଟେ ଅନୁତାପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational