STORYMIRROR

Trushna Das

Abstract Inspirational Others

3  

Trushna Das

Abstract Inspirational Others

ଏମିତି ପୋଷାକ ମୋର ପ୍ରିୟ

ଏମିତି ପୋଷାକ ମୋର ପ୍ରିୟ

1 min
272

ଏମିତି ପୋଷାକ ମୋର ପ୍ରିୟ 

   ଯାହା ପିନ୍ଧିବାକୁ ଭଲ ଲାଗିବ

ଯାହା ଶରୀରରକୁ ଘୋଡାଇ ରଖିବ

   ଯାହା ଦେଖିବାକୁ ସୁନ୍ଦର ଲାଗିବ। 


ଏମିତି ପୋଷାକ ମୋର ପ୍ରିୟ 

   ଯାହା ସଭିଙ୍କ ମନ ମୋହିବ

ନିଜର ମାନ ସମ୍ମାନ ବଢାବ

   ନିଜର ସମୟର ଆବଶ୍ୟକତା ପୁରଣ କରିବ। 


ଏମିତି ପୋଷାକ ମୋର ପ୍ରିୟ

   ଯାହାକୁ ପିନ୍ଧିଲେ ବଞ୍ଚିବ ଘରର ମାନ ସମ୍ମାନ

ଯାହା ଗୁରୁ ଜନଙ୍କ ମୁଣ୍ଡ ନୁଆଁଇ ନାହିଁ 

   ଯାହା ପିନ୍ଧି ମୁଁ ଦିଶିବି ସୁନ୍ଦର। 


ଏମିତି ପୋଷାକ ମୋର ପ୍ରିୟ 

   ଯାହା କରେଇବ ନାହିଁ ଗାଉଁଲିର ଅନୁଭବ

ଯେଉଁଥିରେ ଆଧୁନିକତାର ବଶୀଭୂତ ହୋଇ ନହିଁବ ନାହିଁ ମୁଣ୍ଡ

   ଯାହା ପରିଚୟ ଦେବ ଆମ ସଂସ୍କାରର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract