STORYMIRROR

JAMINEE JYOTI JENA

Abstract Others

2  

JAMINEE JYOTI JENA

Abstract Others

ଏମିତି କି ତୁମେ ବାପା

ଏମିତି କି ତୁମେ ବାପା

1 min
92

ବରଷା ବିଜୁଳି ଡର କି ଲାଗେନା... 


ଚାହିଁଥାଅ ଆଖି ଖୋଲି...


ଖରା ଦିନ ତୁମକୁ କାଟେନା.... 


ଖାଲି ପାଦେ ଯାଅ ଚାଲି.....


ରାତି ରାତି ସାରା ନିଦ କି ହୁଏନା....


ମଥାରେ ମୋ ତୁମ ହାତ....


ଦିନ ପରେ ଦିନ ବିତିଯାଏ ସିନା... 


ବାଧେନା ପବନ ଶୀତ... 


କୁହ ତୁମେ ମୋତେ ରାଜଜେମା ବୋଲି ... 


ତୁମେ ଏ ରାଇଜ ରାଜା.....


ସୁବର୍ଣ୍ଣ ଚାଙ୍ଗୁଡ଼ି ଦେଇ ମତେ ତୁମେ କାହିଁ ଆପଣାଅ ସଜା...


ସୁଖ ର ଉହାଡ଼େ ଲୁଚି ଛପି ରହି....

  

ଦୁଃଖ କୁ ଆଦରି ନିଅ....


କେତେ କୋଟି ପୁଣ୍ୟ କରିଥିଲି ମୁଯେ ହେଲି ଆଜି ତୁମ ଝିଅ....

  

ଆଶିଷ ଦିଅ ଯେ ସଦା ଦିନ ରାତି ତୁମ ପାଦେ ରହୁ ମଥା....


ସବୁ ଦୁଃଖ ସହି ସୁଖ ଢ଼ାଳିଦିଅ....


ଏମିତି କି ତୁମେ ବାପା....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract