STORYMIRROR

Jyotirmoyee Mohanty

Abstract

3  

Jyotirmoyee Mohanty

Abstract

ଏମିତି କେମିତି କହିଦେବି ଯେ....

ଏମିତି କେମିତି କହିଦେବି ଯେ....

1 min
163

ଏମିତି କେମିତି କହି ଦେବି ଯେ  


'ମୋ' ଭିତରେ 'ତୁମେ' ସମାହିତ ବୋଲି, 


ସେ ଶବ୍ଦ ରେ ହେଉ ବା ସ୍ୱରରେ l


କାଳେ ଯଦି କିଏ ଶୁଣି ନିଏ 


ଆକାଶ, ମେଘ,  ଧରିତ୍ରୀ, ପବନ 


ଶ୍ରାବଣ, ବର୍ଷା, ଫଗୁଣ, ମହକ 


ତା ହେଲେ କଣ ଯେ ନ ହେବ ? 




ବୋହିବନି ପବନ 


ତା ସୁଗନ୍ଧ ମହକ ନେଇ ମୋ ଦ୍ୱାରେ, 


ଆକାଶ ବି ହଜାଇ ଦେବ ନୀଳିମା 


ମୋ ପାଇଁ ବିବର୍ଣ୍ଣ ସାଜିବ, l




ଆଉ ଧରିତ୍ରୀ ତ' ଫାଟି ପଡିବ 


ଆଗ୍ନେୟଗିରି ପରି ଲାଭା ଉଦ୍ଗାରିବ, 


ଋତୁମାନେ ସବୁ ମୁହଁ ମୋଡି ଯିବେ


ସମୟ ବି ହୋଇବ ନିଶ୍ଚଳ l




ସେତେବେଳେ ତା ଭିତରେ ତ 'ମୁଁ'


ନିଶ୍ଚୟ ହଜିବୀ ଜାଣ 


ଯେଣୁ ବିବର୍ଣ୍ଣ ଆକାଶ 


ବିଦୀର୍ଣ୍ଣ ଧରିତ୍ରୀ ମଧ୍ୟେ 


ସ୍ୱାଶ ଋଦ୍ଧ ହେଲେ


 କେମିତି ବଞ୍ଚିବି ଯେ? 




ସେତେବେଳେ କିନ୍ତୁ 


ତୁମକୁ ତ ଯିବାକୁ ପଡିବ ନିଶ୍ଚୟ 


ମୋ ଠାରୁ ବହୁତ ଦୁରକୁ l




ପ୍ରତିକ୍ଷିତ ତୁମ ସୁନୀଳ ଆକାଶ ତଳକୁ 


ସବୁଜିମାଭରା ଧରିତ୍ରୀ କୋଳକୁ 


ମହକିତ ପବନର ପଣତକୁ ଧରି 


ଋତୁ ମାନଙ୍କର ସ୍ବପ୍ନ ସଜେଇବାକୁ l




ଯେଣୁ ଏମିତି କେମିତି କହିଦେବି ଯେ 


ଶବ୍ଦ ଦେଇ ସୁର ଦେଇ 


'ମୋ ' ଭିତରେ 'ତୁମେ' ସମାହିତ ବୋଲି l




'ମୋ' ଭିତରେ 'ତୁମେ'


ଆଉ 'ତୁମ' ଭିତରେ 'ମୁଁ ' ସମାହିତ ଯଦିଚ 


ଦୂରତ୍ୱ ଆମର 


ସମୟରୁ ଶଙ୍ଖନାଦ ଯାଏଁ 


ପାପରୁ ପୁଣ୍ୟତୋୟା ଯାଏଁ 


ସୁନ୍ଦରତାରୁ ବିବତ୍ସତା ଯାଏଁ l





Rate this content
Log in

Similar oriya poem from Abstract