STORYMIRROR

Tapan Kumar Biswal

Drama Classics Inspirational

3  

Tapan Kumar Biswal

Drama Classics Inspirational

ଏମିତି ଜୀବନ

ଏମିତି ଜୀବନ

1 min
27


ଏ ଜୀବନର ରାସ୍ତା ସଳଖ ନୁହେଁ 

              ଦେଖି ଚାଲୁଥିବୁ ବାଟ

ପାରି ହେବୁ କେତେ ପାହାଡ଼ ପର୍ବତ

              ନଦ ନଦୀ କେତେ ଘାଟ ।।


ଅଭିନୟ ତୋର ସୀମିତ ସମୟ

              ସଂଳାପ ଭୁଲିବୁ ନାହିଁ 

ଭୁଲିଗଲେ ତୁମେ ନିନ୍ଦା ଯେ ଶୁଣିବ

              ପ୍ରଶଂସା ପାଇବୁ ନାହିଁ ।।


ଠକ ଲୋକଙ୍କର ହାବୁଡ଼େ ପଡିଲେ

              ଲୁଟିବା ପାଇଁ ଚାହିଁବେ

କେତେ ମିଠା ମିଠା ବ୍ୟବହାର ତାଙ୍କ

              ଆପଣା ପରି ଲାଗିବେ ।।


ଭୁଲି ଯିବୁ ନାହିଁ ସତ୍ୟ ଧର୍ମ ମାର୍ଗ

             ହୋଇପରେ ଟିକେ କଷ୍ଟ

ଅଧର୍ମ ମାର୍ଗରେ ପାଦ ବଢାଇଲେ 

             ହୋଇଯିବୁ ନିଶ୍ଚେ ନଷ୍ଟ ।।


ମାନ ଅଭିମାନ ଛାଡି ଦେଇ ତୁହି

              ସଭିଙ୍କୁ କର ଆଦର

ନିଜେ ବୁଝି ଯିବୁ କିଏ ଆପଣାର

              ଆଉ କିଏ ସ୍ୱାର୍ଥପର ।।


ଦୁଃଖ କଷ୍ଟ ଯେତେ ଆସୁ ଜୀବନରେ

             ନିଶ୍ଚେ ଯେ ସାମ୍ନା କରିବୁ

ଦୁଃଖ ପରେ ସୁଖ ନିଶ୍ଚେ ଆସିବ

             ଧର୍ଯ୍ୟ ଟିକେ ରଖିଥିବୁ ।।


ଅଢେ଼ଇ ଦିନର କୁଣିଆ ସଭିଏଁ

             କାହିଁକି ଲୋଭ କରିବୁ

କଣ ନେଇ ଅବା ତୁହି ଆସିଥିଲୁ

            କଣ ନେଇ ତୁହି ଯିବୁ ।।


           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama