"ଏମିତି ଝିଅଟିଏ"
"ଏମିତି ଝିଅଟିଏ"
ଏମିତି ଝିଅଟିଏ
ଦେଖିଛ କୁହ କିଏ
ଡାକିଲେ ଆସେ
ପାଖରେ ବସେ,
ମୁରୁକି ହସିଦିଏ
ଏମିତି ଝିଅଟିଏ
ଚାଲୁଛି ଠୁକୁଠୁକୁ
ଡେଉଁଛି ଫୁକୁଫୁକୁ,
ଗୀତ'ର ତାଳେ
ପାଦ ତା' ଚଳେ,
ଖୁସିରେ ନାଚୁଥାଏ
ନଥାଏ ଡର ଭୟ
ନଥାଏ କେଣେ ଲୟ
ନାହିଁରେ ତାର
ଆପଣା ପର
ଗାଆଁ ଦାଣ୍ଡରେ ଧାଏଁ
ଏମିତି ଝିଅଟିଏ
ନାଆଁ'ଟି ତାର ଟେଣି
ମନକୁ ନିଏ କିଣି,
ପୁଚୁକି ଗାଲି
ଭାରି ଚଗଲି,
ଡିପର ମାରୁଥାଏ
ଏମିତି ଝିଅଟିଏ
