STORYMIRROR

Gunanidhi Samal

Abstract

2  

Gunanidhi Samal

Abstract

"ଏମିତି ଝିଅଟିଏ"

"ଏମିତି ଝିଅଟିଏ"

1 min
84

ଏମିତି ଝିଅଟିଏ

ଦେଖିଛ କୁହ କିଏ

ଡାକିଲେ ଆସେ

ପାଖରେ ବସେ,

ମୁରୁକି ହସିଦିଏ

ଏମିତି ଝିଅଟିଏ

ଚାଲୁଛି ଠୁକୁଠୁକୁ

ଡେଉଁଛି ଫୁକୁଫୁକୁ,

ଗୀତ'ର ତାଳେ

ପାଦ ତା' ଚଳେ,

ଖୁସିରେ ନାଚୁଥାଏ

ନଥାଏ ଡର ଭୟ

ନଥାଏ କେଣେ ଲୟ

ନାହିଁରେ ତାର

ଆପଣା ପର

ଗାଆଁ ଦାଣ୍ଡରେ ଧାଏଁ

ଏମିତି ଝିଅଟିଏ

ନାଆଁ'ଟି ତାର ଟେଣି

ମନକୁ ନିଏ କିଣି,

ପୁଚୁକି ଗାଲି

ଭାରି ଚଗଲି,

ଡିପର ମାରୁଥାଏ

ଏମିତି ଝିଅଟିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract