ଏମିତି ଏକ ଚିତ୍ରକାର
ଏମିତି ଏକ ଚିତ୍ରକାର
ଧରି ରଙ୍ଗତୁଳୀ ଟିଏ ରଙ୍ଗାଇ ଦିଅନ୍ତି କି
ଆଜି ର ଏ ବେରଙ୍ଗ ଆକାଶ କୁ
ଆଙ୍କି ଦିଅନ୍ତି କି ଏକ ପୂର୍ଣ ଚନ୍ଦ୍ର
ଏ ଅମାବାସ୍ୟା ର କାଳରାତ୍ର ରେ
ଭରିଦିଅନ୍ତି କି ବେରଙ୍ଗ ମୃତ୍ତିକା ରେ
ଆଙ୍କି ହୋଇଥିବା ପତ୍ରଝଡା
ବୃକ୍ଷଗୁଡିକର ଡାଳକୁ ସବୁଜ ରଙ୍ଗରେ
ଆଙ୍କିଦିଅନ୍ତି କି ଇନ୍ଦ୍ରଧନୁ ଟିଏ
ଏ ବିରହ ବର୍ଷା କୁ ଏଡାଇ
ଗଢ଼ି ଦିଅନ୍ତି କି ଏ ଭଗ୍ନ ବସାଟିକୁ
ସ୍ନେହ, ପ୍ରେମ, ବିଶ୍ୱାସ ର ପଥର ଦେଇ
ଯୋଡି ଦିଅନ୍ତି କି ଅତୁଟ ପ୍ରେମ ବନ୍ଧନରେ
ଏ ଯୁଗଳପ୍ରେମୀ ଙ୍କୁ ଇଶ୍ୱର ଙ୍କ ଏ ଯୋଡ଼ା ସମ୍ପର୍କ ଙ୍କୁ
ଖୋଲା ଆଖିରେ ସଜାଇ ଦିଅନ୍ତି କି
ବନ୍ଦ ଚକ୍ଷୁର ସେ ଅସୁମା
ରୀ ସ୍ବପ୍ନଗୁଚ୍ଛକୁ
ଏଡାଇ ଦିଅନ୍ତି କି ଜୀବନର
ଝଡ଼ଝଂଜାପୂର୍ଣ୍ଣ ଋତୁଚକ୍ରକୁ
ଦେଇପାରନ୍ତି କି ମଧୁର ମୂର୍ଚ୍ଛନା ର ଏକ ନବସ୍ୱର
ବେଦନାରେ ପୂର୍ଣ କବି ର କବିତା ଟି କୁ
ବଦଳାଇ ଦିଅନ୍ତି ଦେଇ ଫଗୁଣ ର ଗୋଲାପୀ ରଙ୍ଗ
ଆଜିର ଏ ବିନାଶକାରୀ କାଳ ବୈଶାଖିକୁ
ବୁହାଇ ଦିଅନ୍ତି ମରୁଉଦ୍ୟାନ ର ଶୁଷ୍କ ବିରହ ନୀର କୁ
ଶୀତଳ, ସ୍ବଛ ପ୍ରେମଗଙ୍ଗା ରୂପରେ
ଲଗାଇ ଦିଅନ୍ତେ କି ଇଶ୍ୱର ତାଙ୍କ ମୋହର
ମୋ ଇଚ୍ଛା ଶକ୍ତିର ଏହି ରଙ୍ଗକୁ
ବେରଙ୍ଗ କୁ ରଙ୍ଗ ଦେଇ
ବଦଳାଇ ଦିଅନ୍ତି ସମୟ ର ଏ କାଳଚକ୍ର କୁ
ହେଇ ପାରନ୍ତି କି ମୁଁ ଏମିତି ଚିତ୍ରକାର ଟିଏ....??