STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଏମିତି ଏ ଜୀବନ

ଏମିତି ଏ ଜୀବନ

1 min
224

ଧନ୍ୟ ହେଲି ଆଜି

ବୁଝି ପାରି ଜୀବନର ଅଜବ ରହସ୍ୟ

ଆଜି କାହିଁକି ଖୁସିଠାରୁ

ଓଠର ହସ ହେଲାଣି ବେଶୀ ଜରୁରୀ

ଅସଲ ଭାବନାକୁ

ଦଳି ଚିପୁଡ଼ି ବାହାନା ବାଜି କାହିଁକି

ଅସହଜ ହେଲେବି ସହଜ ହେଲାଣି

ନିଜଲୋକ ଅଚିହ୍ନl ହୋଇ

ପରିଚୟ ମାଗିବା ହେଲାଣି ନିଆରା ପରମ୍ପରା

ଆଉ ବାସ୍ତବତାକୁ ଭୁଲି

ବର୍ଷାରେ ଭିଜି ଭିଜି

ଅଭୁଲା ସ୍ମୃତିକୁ ସାଉଁଟି

ଲୁହରେ ଆଖି ମାନଙ୍କୁ ଓଦା କରିବା

ପାଲଟିଗଲାଣି ଆଧୁନିକ ସଂସ୍କୃତି

ପ୍ରେମ ବଦଳରେ ଛଳନା

ଆଉ ସତକୁ ମିଛର ବାଦଲରେ ଢାଙ୍କିବାର ଅଜବ ପ୍ରୟାସ

ହେଲାଣି ଚିରାଚରିତ ବ୍ୟାପାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract