STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଏମିତି ଏ ଜୀବନ ଗୀତି

ଏମିତି ଏ ଜୀବନ ଗୀତି

1 min
349


ଜୀବନ ଲାଗେ କେବେ ଭାଦ୍ରବେ

ଭୋଦୁଆ ଆକାଶ କଇଁଆ 

କେବେ ଶ୍ରାବଣ ଶାଗୁଆ ଫରୁଆ

ଜୀବନ ସଳିତା ସବୁଜ ସବୁଜ

ପାଦ ହୋଇଲେ ଆଗୁଆ

ଜୀବନର ନାଲି ହସେ ମଖମଲ୍ଲୀ

ଶୁଭ୍ରତାରେ ଲାଗେ ନିଆଁ 

ଜୀବନ ଦହନ ହଳଦିଆ ଖାଲି 

ସାୟାହ୍ନେ ବାତାସୀ ବାଆ

ଶୀତ ଲାଗେ ମିତ ଗୋଲାପୀ ପାଖୁଡା

ରଜନୀଗନ୍ଧା ଡାକେ ଆ

ବୟସର କୃଷ୍ଣଚୂଡ଼ା ମୂଳେ

କାକରେ କୋକୁଆ ଠିଆ

ସମୟ ସରିନି ଆସୁଛି ଯାଉଛି

 ବରଷ ବରଷା ଅଦିନିଆ

ସବୁ ଋତୁ ମତେ ସବୁଜ ସବୁଜ

ତୁମରି ପହିଲି ଛୁଆଁ

ମିଠା ସ୍ମୁତି ଭରି ଲାଗେ ଭାରି ଭାରି

ଋତୁ ସବୁ ଲାଗେ ନୂଆ

ପହିଲି ପହିଲି ଇନ୍ଦ୍ରଧନୁ ରଙ୍ଗ

କରେ ସିନା କିମିଆ

ବୟସ ଗଡ଼ିଲେ ସମୟ ସାଥିରେ

ଦିଏ ନାହିଁ ଧରାଛୁଆଁ

ମନ ବୁଝିଗଲେ ଆଖିତ ବୁଝେନା

ଜଳଛବି କିଆଁ ଅଦିନିଆଁ

ଜୀବନର ରଥ ପଥ ଜଗନ୍ନାଥ

ବାତାସୀ ବାଧାରେ ଅଧାରେ ଠିଆ

ଭାବରେ ଭାବରେ ଚତୁର୍ଦ୍ଧାଙ୍କ ସାଥିରେ

ସମୟ ଓ ବୟସର ଦୁଇ ନାଆ

ରଙ୍ଗରେ ରଙ୍ଗରେ ରଙ୍ଗୋଲି ହୋଇ

ଡାକୁଥାଏ ଦି ଘଡି ରହି ଯାଆ  ।


Rate this content
Log in

Similar oriya poem from Abstract