Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

3  

Jagannath Barik

Inspirational

ଏମାନଙ୍କୁ ନିଶ୍ଚେ ଦଇବ ଦଣ୍ଡେ

ଏମାନଙ୍କୁ ନିଶ୍ଚେ ଦଇବ ଦଣ୍ଡେ

1 min
285



ରାଣ୍ଡ ହୋଇ ଯେହୁ ଦେହକୁ ମଣ୍ଡେ

ମିଛ କହି ଯିଏ ନାରୀକୁ ଭଣ୍ଡେ |


ଗେରସ୍ତ ହୋଇ ଯେ ମାଇପେ ଦଣ୍ଡେ

ଲୁଚିକରି ପର ନାରୀକୁ ଉଣ୍ଡେ |


ତୁଚ୍ଛା କଥାରେ ଯେ ଭାଇକୁ ଦଣ୍ଡେ

ଦେବି ଦେବି କହି ନିଇତି ଭଣ୍ଡେ |


ପାଇଲା ଗାଡ଼ିଆ ନିତି ଦରାଣ୍ଡେ

ଦୋଷ ଲଦେ ଯିଏ ନିର୍ଦ୍ଦୋଷ ମୁଣ୍ଡେ |


ହିଂସା ଆଚରେ ଯେ ଅପର ପିଣ୍ଡେ 

ବାଡ଼ ବତା ନାହିଁ ଯାହାର ତୁଣ୍ଡେ |


ସାଧୁ ବେଶେ ଯିଏ ଜଗତ ଭଣ୍ଡେ

ସଭାକୁ ବିଗାଡ଼େ ବାକ ବିତଣ୍ଡେ |


ଗୁରୁ ଗୁରୁଜନେ ଧିକ୍କାରେ ଚାଣ୍ଡେ 

ସୀମା ହାଣେ ଧରି କୋଡ଼ି ଚାଖଣ୍ଡେ |


ଚୋରା ଦରବରେ ଘରକୁ ମଣ୍ଡେ

ନିଜ ଘର ଗୋଇ ପ୍ରକାଶେ ଦାଣ୍ଡେ |


ପତି ଥାଉଁ ପରପୁରୁଷେ ଉଣ୍ଡେ

ଦାଉ ସାଧେ ଯିଏ ନିର୍ଜୀଵ ପିଣ୍ଡେ |


ବିଚାରକ ଯଦି ବିଚାରେ ଭଣ୍ଡେ

ଓଜନରେ ଠକେ ଯେ ତୁଳାଦଣ୍ଡେ |


ହରିନାମ କେବେ ନନିଏ ତୁଣ୍ଡେ

ଉପକାରୀ ଜନେ ଯେ ଭଣ୍ଡ ଦଣ୍ଡେ |


ଏ ଦ୍ଵାବିଂଶ ପାପୀ ଗଣା ବ୍ରହ୍ମାଣ୍ଡେ 

ଏମାନଙ୍କୁ ନିଶ୍ଚେ ଦଇବ ଦଣ୍ଡେ |



Rate this content
Log in

Similar oriya poem from Inspirational