STORYMIRROR

Satyabati Swain

Abstract Inspirational

4  

Satyabati Swain

Abstract Inspirational

ଏମାନେ କଣ ଡରନ୍ତି!

ଏମାନେ କଣ ଡରନ୍ତି!

1 min
261


ଦେଖେ ଚାଷୀକୁ

ସୁନାରୀ ଫୁଲକୁ

କୃଷ୍ଣଚୁଡାକୁ

ଏମାନେ କଣ ତୋତେ ଡରନ୍ତି

ଯା ମ ତୋତେ ଖାତିରି କରିଛି କିଏ !


ପ୍ରେମରେ ରହିଲା ପରେ

ସମୁଦାୟ ଖରା 

ଏବେ ମୋ ରୁମାଲରେ 

ସାରା ବର୍ଷା ମୋ ଓନିରେ

ଗୋଲାପ ଫୁଲ ଆଘାତରେ 

ଚୁର୍ ଚୁର୍ ହେଉଛି ପଥର!

 

ବିସ୍ମିତ ହେଲେ ବି ସତ  

ମ୍ମିତି ଭିଜିବା ଓ ଭାବିବା ଭିତରେ

ଖରାକୁ ଖାତିରି ନ କରି

ସୁନାରୀ ଫୁଲ ସୁନା ଦେହକୁ

ଆହୁରି ମାଜି ଚିକିମିକି କରେ

କୃଷ୍ଣ ଚୁଡା ଫୁଲେଇ

ଦେଖୁନ ମହଣେ

ନାଲି ଲିପିଷ୍ଟିକ ମାଖୀ

କେମିତି ଦାନ୍ତ ଦେଖେଇ କହୁଛି

ମୋତେ ଅଂଶୁଘାତ ହେବନି

ତୋର ଏତେ ତେଜ କାଇଁ ଯେ

ମୋ ହସକୁ ରୋକି ପାରିବୁ।


ଅକ୍ଷୟ ତୃତୀୟା

ଗଉଣୀରେ ଅକ୍ଷି ମୁଠି ଭରି

ନୂଆ ଲୁଗା ଘୋରେଇ

ଲକ୍ଷ୍ମୀ ମାଆଙ୍କୁ ପ୍ରଥମ ଥର

ଅନୁକୂଳ କରିଦେଇ ଆସେ 

ବିଲରେ

ବୁଣି ଦେଇ ଆସେ ଅକ୍ଷି ମୁଠିରେ

ନିଜ ସ୍ୱପ୍ନ ଏବଂ ଆଶା

ଚାଷୀଟିଏ।


ଦେଖେ ଚାଷୀକୁ

ସୁନାରୀ ଫୁଲକୁ

କୃଷ୍ଣଚୁଡାକୁ

ଏବଂ ପ୍ରେମିକ ପ୍ରେମିକଙ୍କୁ

ଏମାନେ କଣ ତୋତେ ଡରନ୍ତି

ଯା ମ

ଏ ଦୁନିଆରେ ଏମିତି କେହି ନାହିଁ

ଯିଏ ଏମାନଙ୍କୁ ଡରେଇବ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract