STORYMIRROR

Debadatta Jena

Romance Tragedy Thriller

3  

Debadatta Jena

Romance Tragedy Thriller

ଏଲିଜି..

ଏଲିଜି..

1 min
227

ଏ ଶବ୍ଦ..

ଏ ଅର୍ଥ..

ଅର୍ଥ ବିନା ଶବ୍ଦ,

ସବୁ ବ୍ୟର୍ଥ..!

ବୁଝିବାକୁ..

ଭାଷା ନୁହେଁ,

ପରିଭାଷା ହିଁ,

ତ ଯଥେଷ୍ଟ..!

ଏ ମୋହ..

ଏ ମାୟା..

ଭାବକୁ ନିକଟ,

ଅଭାବକୁ ଦୂର..!

ଯୁଝିବାକୁ..

ଉଚ୍ଚାରଣ ନୁହେଁ,

ଆଚରଣ ହିଁ,

ତ ଯଥାର୍ଥ..!

ଏ ମନ..

ଏ ଜୀବନ..

ମନ ହୀନ ଜୀବ, 

ପ୍ରାୟ ନିସ୍ପନ୍ଦ..!

କହିବାକୁ,

କଥା ନୁହେଁ,

ହୃଦୟର ଭାଷା,

ହିଁ ଉପଯୁକ୍ତ..!

ଏଇ ଚିହ୍ନ..

ଏଇ ସ୍ବପ୍ନ..

ସବୁ ପ୍ରଶ୍ନ ଚିହ୍ନ,

ଦିବା ସ୍ବପ୍ନ..!

ଖୋଜିବାକୁ,

ଲକ୍ଷ୍ୟ ନୁହେଁ,

ଲକ୍ଷ୍ୟ ସ୍ଥଳ ହିଁ,

ମୂଳ ପିଣ୍ଡ..!

ଏ ପ୍ରାଣ..

ଏ ସ୍ପନ୍ଦନ..

ନାହିଁ ଅନ୍ତ ଯା'ର,

ଲାଗେ ନିଷ୍ପ୍ରାଣ..!

ପାଇବାକୁ ବି,

ଅତ୍ୟୁକ୍ତି ନୁହେଁ,

ଏ ଅଫୁରନ୍ତ ପଣ,

ହିଁ ମାନଦଣ୍ଡ..!

ଏଇ ଭରସା..

ଆଉ ବିଶ୍ୱାସ..

ଏଠି ମୂଲ୍ୟ ହୀନ,

ଶୂନ୍ୟ ଜୀବନ..!

କହିବାକୁ ଲାଜ..

ନୀରବ, ନିଃସ୍ତବ୍ଦ,

ଭାବ ହୀନ ଭାଷା,

ନିଃସ୍ୱ,ନିରର୍ଥକ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance