ଏଲିଆନ
ଏଲିଆନ
ପୃଥିବୀ ପୃଷ୍ଠରେ ଜୀବର ଜୀବନ
ସ୍ଥିତି ଅଛି ଆମେ ଭାବୁ
ଧରିତ୍ରୀ ବାହାରେ ବିଶ୍ୱ ବ୍ରହ୍ମାଣ୍ଡକୁ
କେବେ ଭାବିଛକି ସବୁ l
ଅସଂଖ୍ୟ ତାରକା ଗ୍ରହର ମେଳରେ
ସୃଷ୍ଟି ବିଶ୍ୱ ବ୍ରହ୍ମାଣ୍ଡର
ସୌରଜଗତର ଜୀବର ଗ୍ରହଟି
ପୃଥିବୀ ଗ୍ରହ ଆମର l
ଏଲିଆନ ଜୀବ ପୃଥିବୀ ବାହାର
ଅନ୍ୟ ଗ୍ରହର ଜୀବନ
ଜ୍ଞାନରେ ନିପୁଣ ଯାନ ଚମତ୍କାର
ଅନ୍ୟ ଗ୍ରହ ପ୍ରଦକ୍ଷଣ l
ଆକାରେ ବାଙ୍ଗର ପ୍ରାୟତଃ କାଟୁନ
ଦର୍ଶନେ ଅତି ସୁନ୍ଦର
ଚାଲେ ଢଳି ଢଳି ପେଙ୍ଗୁଇନ ପରି
କାମ ତାର ରୋବଟର l
ଦେଖିବାକୁ ଛୋଟ ରଙ୍ଗଟି ସବୁଜ
କାମ ସତେ ଯାଦୁଗର
ଥାଳିଆ ଯାନରେ ଆକର୍ଷି ନିଅଇ
ଜୀବ ଜନ୍ତୁ ଦ୍ରବ୍ୟ ଘର l
ଏଲିଆନ ପାଇଁ ବିଜ୍ଞାନୀ ସନ୍ଧାନୀ
ଜାଣିବା ପାଇଁ ତତ୍ପର
ଟିଭି ସିରିୟଲ ଦେଖିବାକୁ ପିଲେ
ହୋଇଥାନ୍ତି ଆଗଭର l
ଅଦ୍ଭୁତ ଚଳଣି ଭାଷାତ ଅବୁଝା
ରୋବଟ ଭଳି ଚାର୍ଜିତ
ଖାଦ୍ୟାଭାସ ତାଙ୍କ ଜଣାପଡେ ନାହିଁ
ଭାବିଲେ ହେଵା ଚକିତ ।
ଅନ୍ୟ ଗ୍ରହ ପରେ ଜୀବନ ସତ୍ତାର
ହୋଇଥାଏ ଅନୁଭବ
ଲକ୍ଷ ଲକ୍ଷ ଗ୍ରହ ଅଛି ବ୍ରହ୍ମାଣ୍ଡରେ
କିଏ ବା କରେ ହିସାବ l
ପୃଥିବୀ ପୃଷ୍ଠର ଜ୍ୟୋତିଷ ବିଜ୍ଞାନୀ
କରନ୍ତି ଅନୁସନ୍ଧାନ
ମହାକାଶ ଯାନ ପଠାଇ ଆକାଶେ
ଗ୍ରହ କରନ୍ତି ସନ୍ଧାନ l
ସାଧାରଣ ନର ବୁଝିତ ପାରେନା
ସୃଷ୍ଟିର ଏ ବିଚିତ୍ରତା
ସଂସାର ସୃଷ୍ଟିର ମାଲିକ ଈଶ୍ୱର
ହୋଇଥାନ୍ତି ସର୍ବକର୍ତ୍ତା l
