STORYMIRROR

Asutosh Patro

Inspirational

5.0  

Asutosh Patro

Inspirational

ଏକୁଟିଆ ଅମଣିଷ

ଏକୁଟିଆ ଅମଣିଷ

1 min
14K


 ଏକୁଟିଆ ଅମଣିଷ

ଆଇନା କହିହେଉଥିଲା 

ତୁମେ ଏକୁଟିଆ ॥

 

ଚୂନା ଆରିସିର 

ଶହ ଶହ ଖଣ୍ଡରେ 

ପ୍ରତିଫଳିତ ପ୍ରତିବିମ୍ବର ଜଙ୍ଗଲରେ 

ପାଲଟିଯାଇଛି ଏକୁଟିଆ ॥ 

 

ଏକୁଟିଆ ମୁଁ 

ନିଜଠାରୁ 

ରକ୍ତ, ମାଂସ, ହାଡର ବଳୟଠାରୁ

ଆତ୍ମାଠାରୁ, ବିବେକଠାରୁ 

ନିଜ ଇଚ୍ଛାଠାରୁ ॥ 

 

କାହିଁକି ହେବିନି 

ପ୍ରତିବିମ୍ବ ପରି 

ଅବାସ୍ତବ ଛବି ନେଇ ବୁଲୁଥିବା 

ମୁଖାପିନ୍ଧା ମଣିଷ ଜଙ୍ଗଲରେ 

ବେଶ୍ ବାରି ହୋଇଯିବ 

ମୁଖାଟିଏ ପାଇ ନଥିବା 

ଏକୁଟିଆ ଅମଣିଷଟା  ॥  

 


Rate this content
Log in

Similar oriya poem from Inspirational