STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଏକତା ର ସଙ୍କଳ୍ପ

ଏକତା ର ସଙ୍କଳ୍ପ

1 min
11.8K


ଏକତାର ବଳ କାହାକୁ ଅଜଣା

ମହିଷ ଦଳରେ ସିଂହ ହୁଏ ବଣା।


ଜାତିସଂଘ ଗଢା ବିଶ୍ୱ ଏକତାରେ

ସ୍ୱାସ୍ଥ୍ୟ ଶିକ୍ଷା କଳା ସ୍ଥାପତ୍ୟ ପ୍ରସରେ।


ସଂଘଂ ଶରଣଂ ଗଛାମି ଡାକଦେଇ

ବୌଦ୍ଧ ଶ୍ରମଣ ଦେଲେ ଏସିଆ ଥରାଇ।


ଋଷ ବିପ୍ଳବ ଫରାସୀ ବିପ୍ଳବ କଥା

ଇତିହାସ ବକ୍ଷେ ହୋଇଅଛି ଲେଖା।


ଲଙ୍ଗଳା ଫକୀର ମୋହନ ଦାସ ଗାନ୍ଧୀ

ନିରସ୍ତ୍ର ଫଉଜ ଆତ୍ମାର ବାଣ ବିନ୍ଧି।


ଅସହଯୋଗର ମହା ଅସ୍ତ୍ର ଧରି

ଗୋରା ସରକାର ଆତ୍ମ ବଳ ହାରି।


ବିଶ୍ୱ କୋଭିଡର କରାଳ ଛାୟାରେ

ନିରନ୍ନ ବୁଭୁକ୍ଷୁ କେତେ ପଥ ପରେ।


ପ୍ରାଣ ହାରୁଛନ୍ତି ଜଗତ ଚକିତ

ସଂକଳ୍ପ ଲୋଡୁଛି ବିଦୀର୍ଣ୍ଣ ଜଗତ।


ଗୃହବନ୍ଦୀ କାଳ ଲକ୍ ଡାଉନ୍ ବେଳେ

ସଙ୍କୀର୍ଣ ସ୍ୱାର୍ଥରୁ ରହିବା ଉର୍ଦ୍ଧ୍ଵରେ।


ଜଗତ ଉଦ୍ଧାର ଉଦ୍ୟମେ ସଙ୍କଳ୍ପ

ସହଯୋଗ ଦେବା ଭାରି ଅବା ଅଳ୍ପ।


ହାତକୁ ହାତରେ ମିଶାଇବା ମନା

ଆତ୍ମାକୁ ଆତ୍ମାରେ ମିଶାଇ କଳ୍ପନା।


ସଙ୍କଳ୍ପ କରିବା ସହୋଦର ଭାବେ

କୋଭିଡର ସତ୍ତା ଲୁଚିବ ଏ ଭବେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract