ଏକତା ମନ୍ତ୍ର ଅବଶ୍ୟ
ଏକତା ମନ୍ତ୍ର ଅବଶ୍ୟ
ଆଜି ରାଷ୍ଟ୍ରୀୟ ଏକତା ଦିବସ
କରୋନା ଫେରିଯାଅ ମୁଖେ ଫୁଟୁ ହସ ,
ତୁମ ଯୋଗୁଁ ଶପଥ ପୂର୍ଣ୍ଣମୀ ରାତିର ଉଆଁସ ।
ମୁଁହ ରେ ମାସ୍କ ଦୂରତା ର ନାଗଫାଶ
କଥା କହିବାରେ ଅନେକ ଅବଶୋଷ
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ କେତେ ଆଶା ବିଶ୍ୱାସ ।।
ଅକ୍ଟୋବେର ଏକତିରିଶ ସଂଘର୍ଷ ର ଦିବସ
ତଥାପି ସଭିଏଁ ହରଷ ,
ପୂର୍ଣ୍ଣମୀ ତିଥିରେ ଏକତା ର ସ୍ପର୍ଶ ।
ହୃଦୟ ରେ ଜାଗରଣର ଅନେକ ନିଶ୍ୱାସ
ଏକତା ଥିଲେ ବିଜୟ ଆମ ଦ୍ୱାର ଦେଶ ,
ଏକାଠି ଶପଥ ଏକ ପାହାଚ ଆରମ୍ଭ ଓ ଶେଷ ।।
