STORYMIRROR

ସନାତନ ଦାସ

Abstract

2  

ସନାତନ ଦାସ

Abstract

ଏକରେ ଅନେକ- ନାରୀ

ଏକରେ ଅନେକ- ନାରୀ

1 min
349

କେତେବେଳେ ସେ ପତ୍ନୀ

ରୂପରେ ସ୍ୱାମୀର ଅର୍ଦ୍ଧାଙ୍ଗିନୀ

ସୁଖ ଦୁଃଖ ବାଣ୍ଟି ନେଇ

ହସି ହସି ବିତାଇ ଦିଏ

ସଂସାର ର ଅଭେଦ୍ୟ ସମୟକୁ


କେତେବେଳେ ସେ ଭଗିନୀ ରୂପରେ

ଭାଇର ନୟନ ପିତୁଳା

ଅଳି ଅଝଟର ଗନ୍ତାଘର

ଦୁଷ୍ଟମିର ଅଂଶ ବିଶେଷ

ରାକ୍ଷୀ ର ଡୋରୀରେ 

ବନ୍ଧା ତା ବିଶ୍ୱାସ


କେବେ ସେ ଦୁହିତା ରୂପରେ

ଦୁଇ କୂଳକୁ ହିତ

ଦୁଇ ନାବକୁ ବହିଚାଲେ

ସମତୁଲ କରି ଦୁନିଆ ଭିଡ଼ ରେ


କେବେ ସେ ମା ରୂପରେ

ମମତା ମୟୀ, କରୁଣା ମୟି

ସନ୍ତାନ ପାଇଁ ସେ ବସୁଧା ପରି

ସର୍ଵଂ ସହା ମମତାର ମନ୍ଦିର  

ପଣତ ରେ ତାର ଭରିଥାଏ

କେତେ ଯେ ସେନେହ ଆଦର


ନାରୀ, ଗୋଟିଏ ଶରୀରରେ

ଅନେକ ରୂପରେ ବିରାଜିତ

ସମସ୍ତଙ୍କୁ ନିର୍ଭୟ 

ଆଶ୍ୱାସନା ଦେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract