STORYMIRROR

PRABHAS KUMAR MOHAPATRA

Inspirational

4  

PRABHAS KUMAR MOHAPATRA

Inspirational

ଏକେଲା ଚାଲରେ

ଏକେଲା ଚାଲରେ

1 min
211


ଜୀବନ ପଥରେ ପଥିକ ନିଜେ ତୁ

କାହିଁ ଖୋଜୁ ସାଙ୍ଗ ସାଥି ।

ଚାଲିବାକୁ ହେବ ପଥ ବହୁ ଦୂର

ନ ଦେଖି ଚାଲେରେ ତିଥି।।


ପଥରେ ତୋହର ହଜାରେ ପଥର

କଣ୍ଟା କେତେ ପଡ଼ି ଅଛି ।

ପୟରୁ ରୁଧିର ନୟନରୁ ଝର

ଚାଲିବା ହାତରେ ପୋଛି ।।


ମାର୍ଗେ ନଦୀ ନାଳ ସିନ୍ଧୁ ପୂର୍ଣ୍ଣ ଜଳ

ପାରିବାକୁ ହେବ ତତେ ।

ହାତରେ ଆହୁଲା ବାହିଣ ଯେ ନାଆ

ଲାଗିବୁ କୂଳେଟି ସତେ ।।


ରାସ୍ତାରେ ତୋହର ମନୁଷ୍ୟ ହଜାର

ଥିବେ ପଥ ଭ୍ରଷ୍ଟ ପାଇଁ ।

ମନର ଗୁରୁକୁ ପଚାରିଣ ତୁହି

ଜିବୁରେ ଆଗକୁ ଧାଇଁ ।।


ମୁଖକୁ ଫେରେଇ ନେବେ ଟି ଅନେକ

କହିବେନି କଥା କିଛି ।

ଚାଲିବାକୁ ହେବ ପଥ ଯେ ଅନେକ

ବାକି ପଥ ବହୁ ଅଛି ।।


Rate this content
Log in

Similar oriya poem from Inspirational