STORYMIRROR

Subhalaxmi Das

Inspirational

5.0  

Subhalaxmi Das

Inspirational

ଏକାନ୍ତ ଧ୍ୟାନ

ଏକାନ୍ତ ଧ୍ୟାନ

1 min
3.0K


ନିରବ ହୋଇଗଲା ପରେ....

ଅନନ୍ତ ଶୂନ୍ୟରେ ମିଶିଯିବା ଭଳି ସେଇ ଅନୁଭବ

ତୁମେ କାହୁଁ ବୁଝିବ ବିରହୀ ହୃଦୟର ବ୍ୟଥା..

କି ଲାଭ କୁହ ତ !

ଜୀବନର କିଛି ସଙ୍କୁଚିତ ଅଧ୍ୟାୟ ରଙ୍ଗୀନ୍ ଛିଟାର ସ୍ପର୍ଶ

କିଛି ପର୍ଯ୍ୟାୟ ଗଭୀର ଅନ୍ଧକାରାଚ୍ଛନ୍ନ

କାହା ପାଇଁ ମିଥ୍ୟା ଆକ୍ରୋଶ, ମାନ ଅଭିମାନ...

ଯେବେ ଜିଅନ୍ତା ଶବ ହୋଇ ବଞ୍ଚିବାର ଅଛି

ଏକାନ୍ତ ପଥରେ ଅଗ୍ରସର ମୋର ବାକି ଜୀବନ ..

ଅଜବ ଏଇ ଦୁନିଆ....

ସତ ପଥରେ ଚାଲିବାକୁ ଶିକ୍ଷା ଦିଏ......

କଣ୍ଟା ଭର୍ତ୍ତି ସେ ପଥର ଯାତ୍ରୀ ଅନେକ ଯାତନା ପାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational