Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

GAGAN KUMAR DASH

Romance

3  

GAGAN KUMAR DASH

Romance

ଏକାକୀର ସଂଳାପରେ

ଏକାକୀର ସଂଳାପରେ

1 min
158



ପକ୍ଷୀ ଗୋ ତୁମେ

ଓହ୍ଲାଇ ଆସ

ହୃଦୟରେ ମୋର ବସ,

ତୁମେ ମତେ କିଆଁ

ପର କରୁଅଛ

ବସି କିଛି ଗପ ଭାସ ।


ହୃଦୟଟି ମୋର

ଖୋଲା ସବୁବେଳେ

ତୁମରି ଡେଣାର ତଳେ,

ଚାଲିଆସ ମୋର

ବିହଙ୍ଗୀ ଛବିଳୀ

ଉଡି ଯିବା ଝାଉଁ ଡାଳେ ।


ତୁମ ବିନା ଆଜି

ଏକାକୀ ମୁଁ ଏଠି

ନାହିଁ କେ ନିଜର ମୋର,

ତୁମେ ସବୁବେଳେ

ପାଶେ ପାଶେ ରହ

ଆଜି କିଆଁ ଏତେ ଦୂର ।


ତୁମ ବିରହରେ

ଆଜି ମୁଁ ପାଗଳ

ଥରଟିଏ ଆସି କୁହ,

କିଆଁ ପ୍ରିୟତମ 

ବସିଛ ଏପରି

କୋଳେଇ ମତେ ଗୋ ନିଅ ।


ତୁମର ଉଷ୍ମତା

ମୋ ଦେହରେ ମିଶି

ଅଗ୍ନି ଉଦ୍ଗୀରଣ ହେଉ,

ଶାଶ୍ୱତ ପ୍ରେମର

ଇତିହାସ ରଚୁ

ଭବିଷ୍ୟତ ବଞ୍ଚି ଯାଉ ।


ପ୍ରେମର କାହାଣୀ

ସୃଷ୍ଟି କରୁ ଝଡ

ସଭିଙ୍କ ଆତ୍ମା ଭିତରେ,

ଆଦାମ ଇଭଙ୍କ

କାହାଣୀ ଠାରୁ ବି

ବଢିଯାଉ ଏ ସଂସାରେ ।




Rate this content
Log in