Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.0  

Jagannath Barik

Inspirational

ଏକାକୀ ଜୀବନେ

ଏକାକୀ ଜୀବନେ

1 min
293


ଗୋବର ଗଦାରେ ଫୁଟିଅଛି କଇଁ ଗାଆଁ ସାରା ପ୍ରଚାରିତ

ଗରିବ ନିରୀହ ପିତାମାତା କୋଳେ ଚନ୍ଦ୍ରମା ଆଜି ଉଦିତ |


ଶଙ୍କର ଶୁକରୀ ଧନ୍ୟ ହେଲେ ସେହି କୁମରମଣିକୁ ପାଇ

ପାଠରେଶାଠରେ ସୌମେନ୍ଦ୍ର ସଭିଙ୍କୁ ପଛରେ ଦେଲାପକାଇ |


ମୁଲିଆ ବାପର ଅଭାବୀ ସଂସାର ପୁଅ ମୁଖ ଦରଶନେ

ପୂରି ଉଠୁଥିଲା ଅମୀୟ ପୁଲକେ ସୌମ୍ୟ ସାମ୍ୟ ରୂପ ଧନେ |


ହାଇସ୍କୁଲ ଆଉ କଲେଜ ସ୍ତରରେ ରାଇଜେ ପ୍ରଥମ ହେଲା

ସରକାରୀ ବୃତ୍ତି ପାଇ ବୈଷୟିକ ଉଚ୍ଚ ଶିକ୍ଷା ଲାଭ କଲା |


ଟାଟା କମ୍ପାନୀରେ ପାଇଲା ଚାକିରୀ ମୁମ୍ବାଇରେ ରହେ ଯାଇ

ପିତା ମାତା ଏଣେ ଗାଆଁରେ ରହିଲେ ଆକାଶ କୁସୁମେ ଚାହିଁ |


ବରଷକ ପରେ ଆମେରିକା ଯାଏ ଉଚ୍ଚ ଗବେଷଣା ପାଇଁ

ଭୁଲିଗଲା ଗାଆଁ ନିଜ ବାପ ମାଆ ଯୋଗାଯୋଗ କଲା ନାହିଁ |


ହତାଶରେ ଦୁହେଁ ଭୋକ ଉପାସରେ ରହିଲେ ଭାଗ୍ୟ ଆଦରି

ଚିନ୍ତାନଳେ ଜଳି ପୁଅ କଥା ଭାଳି ମାଆ ଗଲା ଆରପାରି |


ବୁଢ଼ାକାଳେ ବାପ ଏକାକୀରହିଲା ନୈରାଶ୍ୟରେହୋଇ ଘାରି |


ଆହା କହିବାକୁ ସାହା କେହିନାହିଁ ପିତୃତ୍ୱ ଲାଗିଲା ପିତା

କେଡ଼େ ଅମଣିଷ ହେଲା ଏହି ପୁତ୍ର ଭୁଲି ସେନେହ ମମତା |


କଳ୍ପବଟ ମୂଳେ ରହେ ଉପବାସ ଗଙ୍ଗାତୀରେ ତୃଷାତୁର

ଅଫିସର ପୁଅ ଘରେ ନାହିଁ ରୁଅ ଭାବି ହୁଏ ଶୋକାକୁଳ |


ଦଶ ଦିଶ ଶୂନ୍ୟ ଏକଲା ଜୀବନ ଶୁଣେ ନିନ୍ଦା ଅପମାନ

ବେସାହାରା ପ୍ରାଣ ବାର୍ଦ୍ଧକ୍ୟ ପୀଡ଼ନ ଘୋରଦୁଃଖେ ମ୍ରିୟମାଣ |


ଏଣେ ଖାଦ୍ୟାଭାବ ରୋଗ ପ୍ରାଦୁର୍ଭାବ ଭାଗ୍ୟର କି ବିଡ଼ମ୍ବନ

ଚିନ୍ତା କରି କରି ଜୀବନ ପ୍ରଦୀପ ହୋଇଗଲା ନିର୍ବାପନ |


ବାପର ମରଣ ବାରତା ପ୍ରେରଣ କଲେ ଥାନା ଅଫିସର 

ବାର ଦିନପରେ ଆସିଲା ଗାଆଁକୁ ଦୁଃଖ ନଥିଲା ମନର |


କଳି ଯୁଗର ଏ ଶିକ୍ଷିତ ମଣିଷ ଧିକ ତୁମ ବ୍ୟବହାର

ଗ୍ରାମବାସୀଗଣ ମୁହେଁ ମୁହେଁ ତାର କଲେ କଟୁ ତିରସ୍କାର |


ଲଜ୍ଜା ଅପମାନ ପାଇ ସୌମ୍ୟକୃତ କର୍ମେ ହେଲା ଅନୁତପ୍ତ

ଅକ୍ଷମଣୀୟ ଏ ଘୋର ଅପରାଧ ନାହିଁ ୟାର ପ୍ରାୟଶ୍ଚିତ |


Rate this content
Log in

Similar oriya poem from Inspirational