STORYMIRROR

Sambit Srikumar

Abstract Tragedy

3  

Sambit Srikumar

Abstract Tragedy

ଏକା ଏକା

ଏକା ଏକା

1 min
150


ଚାଲୁଅଛି ଚାଲୁଥିବି ଏକା ଏକା

ଏ ବିଷମ ଜୀବନର ଅଙ୍କାବଙ୍କା ରାସ୍ତା

ନଥକି ନରହି ଚାଲୁଛି ଚାଲିବି

ନନେଇ କାହାରି ଆଶ୍ରା

ଆସୁ ପଛେ ଯେତେ ଝଡ଼ଝଞ୍ଜା

ନଇଁ ନାହିଁ ନଇଁବନି ମୋର ମଥା!!

ଯେବେ ନିଜର ଛାଇ ବି ଏଠି

ନିଜର ନୁହଁଇ ଆଉ କାହାଠୁଁ

ବା କିଛି ପ୍ରତ୍ଯାଶା କରିବି ମୁଁ କାହିଁ?

ନିଜ ଶିଙ୍ଗରେ ମାଟି ତାଡ଼ିବା

ଆପଣା ଧୂନ୍.ରେ ଜୀଇଁବା

ପାଇଁ କାହାରି ଅନୁମତି ଲୋଡ଼ା ନାହିଁ!!

ଅନୁକୂଳ ସ୍ରୋତରେ ଭାସିଯିବା

ଅଟେ ନିହାତି ସରଳ ସହଜ

ପ୍ରତିକୂଳ ପରିସ୍ଥିତିରେ ସ୍ରୋତର

ବିପରୀତ ଦିଗରେ ଭାସି ଭାସି

ଜୀବନ ଜୀଇଁବାର ପରମ ଆନନ୍ଦ

ସହଜ ମାର୍ଗରେ ନୁହେଁ ଉପଲବ୍ଧ!!

ଦୁଃସହ୍ଯ ଅତୀତର ଅନୁଶୋଚନା

ସୁନେଲି ଭବିଷ୍ୟତର ପରିକଳ୍ପନା

କରି ଅହର୍ନିଶି ଅନବରତ ଅବିରତ

ବର୍ତ୍ତମାନକୁ ବିନିର୍ବ୍ଯୟ କରିବାର ନାହିଁ

ଜୀବନ ତ ମିଳିଛି ବହୁ ପୁଣ୍ଯ ବଳେ

ଗୁପ୍ତ ବୁଝାମଣାରେ ସାରିଦେବା କାହିଁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract