STORYMIRROR

Kalandi pal

Inspirational

3  

Kalandi pal

Inspirational

ଏକା ଏକା ବସି ସ୍ନାହାନ କରୁଛୁ

ଏକା ଏକା ବସି ସ୍ନାହାନ କରୁଛୁ

1 min
219

 ଏକା ଏକା ବସି ସ୍ନାହାନ କରୁଛୁ

    ସ୍ନାହାନ ମଣ୍ଡପେ ତୁହି.

କେମିତି ଲାଗୁଛି କହରେ କାଳିଆ

     ପାଶେ ଭକତ ନ ଥାଇ.

ପ୍ରଭୁ, ତୁହି ପରା ଭାବଗ୍ରାହୀ. l0l


ସେ ଭାବକୁ ଆଜି ଅଭାବ କରିଲୁ

     ଭାବରେ ବାନ୍ଧିଲୁ ବନ୍ଧ.

ଏ ସାରା ଜଗତ ଗୁମୁରି କାନ୍ଦୁଛି

     କରିଦେଲୁ ସର୍ବେ ଅନ୍ଧ.

ଚାରି ଦ୍ୱାର କିଳି ଯାତରା ତୁ କଲୁ

     ପାରିଲେନି ଦେଖି କେହି. l1l


ତୋହ ପାଇଁ ଖଞ୍ଜା ସୁବାସିତ ଜଳ

     ଦଇତା ସେବକେ କେତେ.

ସେହିଥିରେ ଟିକେ ଉଣା ହୁଏ ନାହିଁ

     ଅନ୍ତର କଲୁ ଭକତେ.

ହାତରେ ଗଢ଼ିଛୁ ଭାତରେ ମାରୁଛୁ

     ଦୋଷ ଟିକେ ଦେଏ କହି. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational