STORYMIRROR

Sunita Barik

Fantasy Others

3  

Sunita Barik

Fantasy Others

ଏକ ସ୍ମୃତି ବର୍ଷାର

ଏକ ସ୍ମୃତି ବର୍ଷାର

1 min
277

ମୋ ମାନସପଟ୍ଟରେ ଏବେବି

ଉଜ୍ଜିଵିତ ହୋଇ ରହିଛି

ତୋର ସ୍ମୃତି ସବୁ

ଏବେବି ବର୍ଷା ଆସିଲେ ମୁଁ

ଚାହିଁ ରହେ ତୋର ଫେରିବା ବାଟକୁ

ଜାଣେ ତୁ ଫେରିବୁନି

ସେ ଅପେରା ରାଇଜରୁ

ତଥାପି ମୁଁ ଆନମନା ହୁଏ

ତୋର ମୋର ସବୁ

ସାଉଁଟା ସ୍ମୃତି କୁ ସଜାଡିବକୁ

ବର୍ଷା ର ରିମ୍ ଝିମ୍ ଟୋପାରେ

ଏବେବି ଶୁଭେ ତୋର ପାଉଁଜି ର ସ୍ଵର

ମୁଁ ଖୋଜି ବୁଲେ ଏଠି ସେଠି

ଅନେକ ଥର

ତୋର ସେ ଗୋଲାପୀ ଅଧରକୁ

ବାରଂବାର ଛୁଉଁ ଥିବା

ସେ ବରଷାର ଟୋପା କୁ

ମୋର ଭାରି ଇର୍ଷା ହୁଏ

କାହିଁକି ନା ତା ପରି ଭାଗ୍ୟ

ମୋର ନଥିଲା ସତେ

ଏମିତି ଏକ ବର୍ଷାମୁଖର ରାତିରେ

ତୁ ଛାଡି ଗଲୁ ମୋତେ

ଥରୁଟିଏ ହେଉ ପଛେ

ମୋ କୋଳରେ ଶୋଇଗଲୁ

ଅନ୍ତିମ ନିଦ୍ରା ରେ

ଖାସ୍ କି ମୋ ହାତ ରେ ଥାଆନ୍ତା

ତୋତେ ଅଟକେଇ ପାରିବାର

ସବୁ ସାମର୍ଥ୍ୟ

ସତ କହୁଚି

କେବେ ବି ହାତ ଛାଡି

ଚାଲିଯିବାକୁ ଦେଇ ନଥାନ୍ତି

ତୋତେ ସୁଯୋଗ

ତୋ ଆଗରୁ ମୁଁ ଶୋଇଯାଇଥାନ୍ତି

କାଳର କୋଳରେ

ସମୟକୁ ଫୁ କରି

କହିଦେଇଥାନ୍ତି ରହ ରହିଯା ତୁ

ମୋ ପ୍ରିୟା ଭିଜୁଛି ବର୍ଷା ରେ

ଶୋଇ ଶୋଇ ମୋ କୋଳରେ

ଦେଖିବାକୁ ଦେ ଆମର

ମିଳନର ଗୀତି

ସତରେ ନହେଉ ପଛେ

ସ୍ଵପ୍ନ ରେ ଭିଜିବାକୁ ଦେ

ଆମ ଦିହିଁଙ୍କୁ ଶେଷଥର.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy