STORYMIRROR

Chittaranjan Nanda

Abstract Action Inspirational

3  

Chittaranjan Nanda

Abstract Action Inspirational

ଏକ ହୁଅ ଦୁନିଆର ମଜଦୁର

ଏକ ହୁଅ ଦୁନିଆର ମଜଦୁର

1 min
125


ଯେଉଁ ମଣିଷ ସ୍ୱାର୍ଥ, ଗର୍ବ ଅହଙ୍କାରରେ

ଧରାକୁ ସରା ମଣଇ 

କିପରି ଅନ୍ୟ ଶ୍ରମକୁ ଶୋଷି ନିଜେ ଧନୀ 

ହେବା ଚିନ୍ତାରେ ଥାଇ ।୧।


ଶ୍ରମିକ କୃଷକ ମେହନତୀ ମଣିଷ ଜୀବନ 

ପୁରି ରହିଛି ବେଦନାରେ

ରଙ୍ଗହୀନ ଅଶ୍ରୁ ସିକ୍ତ ବିତେ ଦିବସ ରଜନୀ

ଧନୀକ ସ୍ବାର୍ଥର ଲାଳସାରେ ।୨।


ଖଟିଖିଆ, ଅନେକ ବିଶ୍ୱାସୀ ଖୋଜିଛି, ମନ 

ଭିତରେ ଅତୀବ ବିଶ୍ବାସରେ ନେଇ,

କାନ୍ଦିଛି, କାନ୍ଦୁଛି ଅବିଶ୍ୱାସୀଂକୁ ବିଶ୍ୱାସ କରି 

ନୁହେଁ ବହୁ ବାର ଭୋଟ ଦେଇ ଦେଇ ।୩।


କେବେ ଗଲା ହଜି, ତାର ସବୁ କିଛି ମାୟା 

ସୁନା ହରିଣୀର ମୋହରେ ପଡି

ନିଜ କର୍ମର ଫଳ ନିଜେ ତ ଭୋଗୁଛେ, ସେଥି

କାହିଁକି କାନ୍ଦୁଛୁ ଗୁମୁରି ଗୁମୁରି ।୪।


ମେହନତୀ ମଣିଷ, ଜୀବନରୂପୀ କାଗଜ ଡଙ୍ଗାକୁ

ଭସାଇ ଦେଇଛି ତୁମରି ବିଶ୍ୱାସରେ

ମନରେ ଧିରେ ଧିରେ ଭାସି ଭାସି ଆସଇ ବିପ୍ଳବର

ବହ୍ନି, ଭରସା ଅଛି ପହଞ୍ଚିବ ଲକ୍ଷ୍ଯରେ ।୫।

 

ଆଜି ସାମ୍ରାଜ୍ୟବାଦୀ ଶକ୍ତି ଦାନବ ସାଜିଛି

ବିଷାକ୍ତ କରିଛି ଧରାର ମାଟି ମାକୁ,

ହିଂସ୍ର ହୋଇଛି, ସତ୍ୟ ମିଥ୍ୟା ପାପ ପୁଣ୍ୟ

କଥା ଆସିବ କୁଆଡୁ ମନ ଭିତରକୁ।୬।


ଦେଖ, ଆସଇ ଲହରୀ ବହଇ ବିପ୍ଳବ ପବନ

ଧ୍ୱଂସ ହେବ ନିଶ୍ଚିତ ଦିନେ ପାହାଡ ପାପର

ନୂତନ କିରଣ ନୂଆ ଆଶା ନେଇ ଜାଗ, ଏକ

ହୁଅ, ହେ ଦୁନିଆର ସବୁ ମଜଦୁର ।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract