STORYMIRROR

Binata Mohanta

Inspirational

3  

Binata Mohanta

Inspirational

ଏକ ଗୁହାରି ବିଶେଷ

ଏକ ଗୁହାରି ବିଶେଷ

1 min
315

ହେ ପ୍ରଭୁ ଲମ୍ବୋଦର

ତମେ ବିଦ୍ୟାର ଗନ୍ତାଘର

ବିଦ୍ୟାଦାତା ନାମେ ଜଗତେ ପୂଜିତ

ପ୍ରତି ବିଦ୍ୟାର୍ଥୀଙ୍କ ମନେ ପ୍ରତିଷ୍ଠିତ ।।


ହେ ଉମା ସୁତ ଗଣେଶ

ଭରିଛ ମୋ ମନେ ରସ

ଲଭିଛି ଆନନ୍ଦ ଅଶେଷ

ଯାହା ମୋ ଲେଖନୀରେ ପ୍ରକାଶ ।।


ଯେବେଠାରୁ ଧରିଲି ମୁଁ କଲମ

ମନକୁ ମିଳିଲା ବେଦନାର ମଲମ

ଲାଗୁଥିଲା ଦୁନିଆ ଏକା ଏକା

ଭରିଗଲା ମନେ ମହକର ଝୋକା ।।


ଲେଖା ପ୍ରତି ବଢିଲା ମୋ ଆଗ୍ରହ

କାଗଜ କଲମ ଲାଗିଲା ଅତିପ୍ରିୟ

ଭାବନା ଯାହା ମନକୁ ଆସୁଛି

ଲେଖିବାକୁ ମନ ପ୍ରକାଶୁଛି ।।


ଭଙ୍ଗାତୁଟା ଶଦ୍ଦକୁ ଯୋଡ଼ି

ସଜାଡ଼ିବାକୁ ଲାଗିଲି ମୁଁ ଧାଡ଼ି

ଯାହା ସଭିଙ୍କୁ କଲା ଆନନ୍ଦିତ

ଲେଖିବାକୁ କଲା ମୋତେ ଉତ୍ସାହିତ ।।


ନମୋଃ ପ୍ରଭୁ ବିଘ୍ନେଶ

ଏକ ଗୁହାରି ବିଶେଷ

ବିଦ୍ୟାର୍ଥୀଙ୍କ ମନ ବିବ୍ରତ

ଜଗତକୁ କର କରୋନା ମୁକ୍ତ ।।


                               


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational