STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ଏକ ଦିବସ

ଏକ ଦିବସ

1 min
180

ସଂସାର ଭିତରେ, କାର୍ଯ୍ୟ ବ୍ୟସ୍ତତା ରେ

ଲାଗେ ଯେବେ ଏକା ଏକା

ମିତ୍ର ଟିଏ ଲୋଡ଼େ ,ପୁଣି ଏ ମନ ଯେ

କାଟିବାକୁ ଦିନେ ଏକା


ଜୀବନ ଜଞ୍ଜାଳ ,ଦୁଃଖ ଭରା କାଳ

ହୃଦୟୁ ହାଲୁକା ପାଇଁ

ବନ୍ଧୁ ବିନା କେହି ,ଦୁନିଆରେ ନାହିଁ

ଦୁଃଖ କୁ ହୋରିବା ପାଇଁ


ଭାରି ଭଲଲାଗେ, ମୁହୂର୍ତ୍ତେ କାଟିଲେ

ସାଥିରେ ଯେବେ ତାହାର

ମନେ ପଡ଼ିଯାଏ, ସୁଖର ଦିନ ଯେ

ମୋର ସେ ପିଲାଦିନର


କେତେ ଥଟ୍ଟା ମଜା, ଅତୀତର କଥା

ବଖାଣୁ ଆମେ ସାଥିରେ

ତା ପଛକୁ ସଜା ,ପଖାଳ ର ମଜା

ଖାଉ ଯେବେ ଆନନ୍ଦରେ


ଫେରିଆସେ ସତେ, ମୋ ପିଲା ଦିନଟେ

ଥିଲେ ମୋର ସେ ସାଥିରେ

ଗାଁ ଦାଣ୍ଡରେ ପୁଣି ,ଚହଳ ପଡ଼େରେ

ଆସିଲେ ଦୁହେଁ ଫେରି ରେ


ଖେଳ ଯେ ବାଗୁଡ଼ି, କାଗଜର ଗୁଡି

ପିଲାଦିନର ଦୁଷ୍ଟାମି

ନଈ ଯେ ପହଁରା ,ଆରିସା କାକରା

ଆନନ୍ଦ ରାମ ନବମୀ


ବିତିଯାଏ ଦିନ,ନ ରୁହେ ସମୟ

ସୁଖ ଦୁଃଖ ବାଣ୍ଟୁ ବାଣ୍ଟୁ

ପୁନିତା ବିରହେ, ଦିନ ବିତୁଥାଏ

ସ୍ମୃତି ସାଊଁଣ୍ଟୁ ସାଊଁଣ୍ଟୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract