STORYMIRROR

Chinmaya Kumar Nayak

Romance

3  

Chinmaya Kumar Nayak

Romance

ଏକ ଅଚିହ୍ନା ମୋଡ଼ରେ

ଏକ ଅଚିହ୍ନା ମୋଡ଼ରେ

1 min
164

ସେ ଆସିଥିଲା ଚଲାବାଟର କେଉଁ ଏକ ଅଚିହ୍ନା ମୋଡରେ

ଜୀବନ ଅଟକିଗଲା କ୍ଷଣ କାଳ ଅଚାନକ ସେ ଅଜଣା ମୋହରେ। 

ଛୁଇଁ ଗଲା ଛପି ଛପି ବିନା ସ୍ପର୍ଶେ ମୋ ହୃଦ ତନୁକୁ 

ମନଟା ମୋ ମନୋମୟ ହେଲା କେଉଁ ଯାଦୁକରୀ ମୋହିନୀ ମାୟାରେ। 


ଦିନର ସପନ ଯେତେ ଅଙ୍କୁରିତ ହେଲେ ଏ ମେଘରେ 

କଳା ସେ ବାଦଲ ଯେହ୍ନେ ବାନ୍ଧିନେଲା ମଧୁ ଗାମ୍ଭୀର୍ଯ୍ୟରେ

ଖାଲି ଯାହା ବର୍ଷିବାକୁ ଥିଲା କିଛି ପ୍ରତୀକ୍ଷାର ସହର୍ଷ ମୁହୂର୍ତ୍ତ

ଚମକିଲା ନେତ୍ର ଦ୍ୱୟ ଚପଳାର(ବିଜୁଳି) ଚାରୁ ଝଲକରେ। 


କାହିଁ କେଉଁ ଦୂର ଗ୍ରାମେ ଶୁଭୁଥିଲା ବର୍ଷା ଆଗମନୀ

ମୋ ଯାତ୍ରାରେ ବାଧକ ସାଜି ଆସିଲା ସେ ମୁଗ୍ଧା ପ୍ରଣୟିନୀ

କଣ୍ଠ ଜିହ୍ୱା ହୃଦ ସବୁ ଅଚାନକ ହେଲେ ଜଡ଼ ପ୍ରାୟ

ସ୍ଵପ୍ନ ଆଉ ବାସ୍ତବତା ଆଜି କଳ୍ପନାରେ ରଚିଲେ ତ୍ରିବେଣୀ। 


ହାଏ ଏ ସମୟ ଆଜି ବର୍ଷିଯିବ ପାରିଜାତ ବୋଲି

ଜାଣିଥିଲେ ସାଜିଥାନ୍ତି ହେଉ ପଛେ ଏ ମୋଡ଼ର ଧୂଳି

ଉଡ଼ିଗଲେ ମେଘଖଣ୍ଡ ହାବୁକାଏ ପବନର କଠୋର ଧକ୍କାରେ

ଭାଙ୍ଗିଗଲା ଅଧାନିଦ ଜୀବନ ନିଆଁରେ ଯେବେ ଆଖି ଗଲା ଜଳି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance