STORYMIRROR

Binata Mohanta

Abstract Inspirational

3  

Binata Mohanta

Abstract Inspirational

ଏଇତ ଜୀବନ

ଏଇତ ଜୀବନ

1 min
33

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ

ମଣିଷ ଦେଖଇ ଅନେକ ସ୍ବପ୍ନ

ହୋଇଥାଏ ସବୁ ଅନେକ ରଙ୍ଗର

ଅନେକ ପ୍ରକାର ଭିନ୍ନ ଓ ବିଭିନ୍ନ ।।

ଦୈନଦିନ ଜୀବନ, ଜୀବନର କାମ

ସୂଚାରୁ ରୂପେ କରି ସମ୍ପାଦନ

କିଛି ହସ କିଛି ଦୁଃଖେ କଟେ ଦିନ

ଏଇତ ଜୀବନ ଏଇତ ଜୀବନ ।।

  

ଶୈଶବେ ମିଳଇ ଅନେକ ସେନେହ

ମମତା ଯେ ଅପର୍ଯ୍ୟାପ୍ତ

ବାପାଙ୍କ ଆଦରେ, ଓ ମା'ଙ୍କ ଯତ୍ନରେ

ହୁଅଇ ଲାଳିତ ପାଳିତ ।।

କ୍ରମଶଃ ମଣିଷ ପଦାର୍ପଣ କରେ

ଧିରେ ସେ କିଶୋର ଜୀବନେ

ହୁଏ ପ୍ରତିଷ୍ଠିତ ନେଇ ପ୍ରଶିକ୍ଷଣ

ସାହିତ୍ୟ, ଜ୍ଞାନ ଓ ବିଜ୍ଞାନେ ।।

ଦିନ ପ୍ରତିଦିନ ଅତିବାହ କରେ

ସାଂସାରିକ ଜୀବନରେ

ସଭିଙ୍କ ପାଇଁ ଉତ୍ସଗର୍ଗୀତ ସିଏ

ଖରା, ବର୍ଷା ଏବଂ ଶୀତରେ ।।

କର୍ମଧାରା ତାର ଅବସର ନିଏ

ବିତେଦିନ ନାତିନାତୁଣୀ ମେଳେ

ଏକାନ୍ତରେ ଯେବେ ଭାବଇ ଅତୀତ

ସ୍ବର୍ଣ୍ଣାଭ ମୁହୂର୍ତ୍ତ ଏକ ପରେ ଏକ ମନେ ଖେଳେ ।।

କିପରି ସମୟ ହୁଏ ଅତିବାହ

ଶିଶୁରୁ କିଶୋର, ଯୁବାରୁ ବାର୍ଦ୍ଧକ୍ୟ ଭେଷ

ନ ଥାଏ ମନରେ ଆଶା ଅବା ବ୍ୟଥା

ଶୈଶବରୁ ନେଇ ବାର୍ଦ୍ଧକ୍ୟର କଥା ହୁଅଇ ଏଇଠି ଶେଷ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract