STORYMIRROR

Parbati Pradhan

Inspirational Others

3  

Parbati Pradhan

Inspirational Others

ଏଇତ ଜୀବନ

ଏଇତ ଜୀବନ

1 min
232

କିଛି ନେଇ ତୁ ଆସିନୁରେ ଧନ

କିଛି ନେଇ ପୁଣି ଯିବୁନିରେ ଧନ

ଯାହାତୁ କରିବୁ ତାହା ତୁ ପାଇବୁ

ଜୀବନ ଖାତାରେ ସଞ୍ଚିତ ତୋ କର୍ମ

ପୂର୍ବ ଜନ୍ମେ ଯାହା କରିଥିଲୁ ଧନ

ଏ ଜନ୍ମେ ପାଇଲୁ ପାପ, ପୂଣ୍ୟ କର୍ମ

ଏ ମିଛ ସଂସାରେ ସତ୍ୟ ତୋର ଜନ୍ମ

ମିଛ ଅଭିନୟ କରୁ ଅଛୁ କାହିଁ

କେହି ତୋ ନୁହେଁ ନିଜର

ସଂସାର ମଞ୍ଚରେ ଅଭିନୟ କରି

କରୁଛୁ ସଭିଙ୍କୁ ନିଜର

ସ୍ୱାର୍ଥ ଥିବ ଯାଏଁ ସଭିଏଁ କହିବେ

ମୋର.... ମୋର.......

ପଞ୍ଚଭୂତେ ଗଢ଼ା ଶରୀର ତୋର

ହୋଇବ ଯେ ଦିନେ ମଡ଼ା

ଛ'ଖଣ୍ଡି କାଠରେ ଲଦା ହୋଇଯିବୁ

ମଶାଣି ହେବ ତୋ ନିଜର

କଣିକଉଡିଟେ ସାଥିରେ ନ ନେବୁ

ମଶାଣି ହେବ ତୋ ନିଜର

ବନ୍ଧୁ, ପରିଜନ ପୋଡିଦେଇ ଯିବେ

ପାଉଁଶରେ ହେବୁ ଲୀନ

ଦଶଦିନ ଯାଏଁ ମୁଗୁରି କାନ୍ଦିବେ

ଆତ୍ମୀୟ ସ୍ୱଜନ ତୋର

ଏଗାର ଦିନରେ ଘିଅ ମହୁ ପାଇ

କ୍ରିୟା ଯେ ସାରିବେ ତୋର

ବାର ଦିନେ ବାର ପତର ଦେଇ

କରିବେ ତତେ ପର

ତେର ଦିନ ଯାଇ ଚଉଦ ହୋଇଲେ

ମନୁ ହୋଇଯିବୁ ଦୂର

ଯେତେ ଦିନୁ ତୁହି ବଞ୍ଚି ରହିଥିବୁ

କରୁଥା ସଭିଙ୍କୁ ନିଜର

ସ୍ନେହ, ସୌହାର୍ଦ୍ଦ୍ୟରେ ବାନ୍ଧି ରଖିଥା

କରିବେ ଦିନେ ତୋ ଗୁଣ ବଖାଣ

ଭଲ କର୍ମ କଲେ ସଭିଏଁ ଲୋଡିବେ

କୁକର୍ମ କଲେ ତୁ... ଦୂରେଇ ଯେ ଦେବେ

ମିଛ ମାୟା ସଂସାର .....

ସ୍ୱାର୍ଥ ପାଇଁ ତତେ କରିବେ ନିଜରରେ

ଏ ମିଛ ଅଭିନୟ କାହିଁ ତୁ କରୁରେ

ଏଇ ପରା ତୋ ଜୀବନରେ.... ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational