STORYMIRROR

Prabhati Debnath

Abstract

2  

Prabhati Debnath

Abstract

ଏଇତ ଜୀବନ

ଏଇତ ଜୀବନ

1 min
275

ଜୀବନ ନୌକାରେ ଯାଉଛୁ ଆଗକୁ

ପୃଥିବୀ ଆମ ସାଗର ,

କେବେ ସୁଖ କେବେ ଦୁଃଖର ଲହରୀ

ନୀତି ଅଟେ ଜଗତର

ମାନବ ଜୀବନ ଅତିଭ ଦୁର୍ଲଭ

କରମ କର ଉତ୍ତମ ,

ଭାଗ୍ୟର ଦଉଡ଼ି ଆମରି ହାତରେ

ଗଢିବା ଭବିଷ୍ୟ ଆମ

ଖରା ବର୍ଷା ଶୀତ ଖାତିରି ନକରି

କରିଯାଅ ନିଜ କର୍ମ ,

ଜନସେବା କରି ଆନନ୍ଦ ପାଇବ

ଏହା ହିଁ ଜୀବନ ଧର୍ମ


Rate this content
Log in

Similar oriya poem from Abstract