Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Inspirational

4.5  

Pranati Panda

Inspirational

ଏଇତ ଜୀବନ

ଏଇତ ଜୀବନ

1 min
206



ଅଗଣିତ ଜୀବ ଜନ୍ତୁ ,

            ଜୀବନ କାଳରେ କିନ୍ତୁ !!


ସୀମିତ ଶ୍ୱାସ ପ୍ରଶ୍ୱାସ ,

            ବାୟୁ ମଣ୍ଡଳେ ନିଃଶ୍ୱାସ ।


ପ୍ରଭୁ କୃପା ବଳେ ଆସି,

            ଜୀବ ଜଗତେ ପ୍ରବେଶି ।


ଲଭିଲେ ମାନବ ଜନ୍ମ ,

           ଜନ୍ମ ଘେନି କଲେ କର୍ମ ।


ସ୍ବଭାବ ସୁଲଭ ପଣେ ,

            ଭିନ୍ନ ଭିନ୍ନ ରୂପ ଗୁଣେ ।


ଚରିତ୍ରକୁ ବିକଶିତ ,

            କରିଥାନ୍ତି ନିଜ ମତ ।


ସଂସ୍କାର ମିଳଇ ଗୃହେ,

            ସେଭଳି ବଢ଼ଇ ପ୍ରାୟେ ।


ଜନ୍ମ ସୁଲଭ ଗୁଣରେ ,

             ଅନେକାଂଶ କୁଣ୍ଡଳୀରେ ।


ପ୍ରକୃତି ବିବିଧ ରୂପେ ,

            ଦେଖାଏ ସେ ନାନା ରୂପେ ।


କର୍ମ ଅନୁଯାୟୀ ଫଳ ,

            ମିଳେ ହେଲେ ବେଳ କାଳ ।


ଧର୍ମ, କର୍ମ, ମୋହ, ଲୋଭ ,

               ଈର୍ଷା ଓ ଅସୂୟା ଭାବ ।


ପ୍ରକୃତି ଗତ ଲକ୍ଷଣ ,

             ବିସ୍ମିତ ନୁହେଁ କାରଣ ।


ଯୁଗେ ଯୁଗେ ରହିଅଛି ,

             କିଞ୍ଚିତେ କେ' ବଦଳିଛି ।


ଭଲ, ମନ୍ଦ, ଖରା, ଛାଇ ,

              ଜୀବନକୁ ବାହି ନେଇ ।


ଶେଷରେ ହେବ ବିଲୀନ ,

              ନାମ ଲୁଚି ହେବ ଲୀନ ।


ମନ୍ଦ ପାଇଁ କର୍ମ ନିନ୍ଦେ,

             ଭଲ ପାଇଁ ଭଲ ପଦେ ।


 ମନୁଷ୍ୟ ଜୀବନ ବଡ଼ ,

              କିଏ ଗ୍ରୀଷ୍ମ ଅବା ଜାଡ ।


 ନିଜ ହସ୍ତେ ସ୍ୱ ସନ୍ମାନ ,

             ରଖିଲେ ବଢ଼ଇ ମାନ ।


ଈର୍ଷା ଓ ଅସୂୟା ଭାବ ,

             ଘଟ ସହ ଲୀନ ହେବ ।


ଏକା ଧର୍ମ ସାଥେ ଥିବ ,

             ମୃତ୍ୟୁ ସହ ସଙ୍ଗେ ଯିବ।


        


Rate this content
Log in

Similar oriya poem from Inspirational