STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ଏଇତ ବନ୍ଧୁତ୍ୱ

ଏଇତ ବନ୍ଧୁତ୍ୱ

1 min
13.5K


ଜଳାଶୟ ଫୁଟି କହେ କୁମୁଦ

ନୟନରେ ଦେଖି ଆହେ ସଙ୍ଗାତ

ପ୍ରକୃତି ଗଢିଛି ଏମିତି ମତେ

ଫିକା ମୁଁ ଅଟଇ ତୋ ବିନା ସତେ

ଚାନ୍ଦିନୀ ବର୍ଣ୍ଣ ତୋହର ଅଟେ ଧବଳ

ତୋ ଆଲୋକ ବିନା ମୁଁ ସତେ ବିଫଳ

ସୌନ୍ଦର୍ଯ୍ୟ ମୋହର ବିସ୍ତାର ପାଇଁ

ଚନ୍ଦ୍ରପୃଷ୍ଟର ଆସୁ ତୁ ଧାଇଁ

ଆସିଲେ ତୁ ବି ଯେ ଆଲୋକ ବିଚ୍ଛୁରି

ଶୋଭା ତୁ ବର୍ଦ୍ଧିତ କରୁ ମୋହରି

ଦୁଇ ସଙ୍ଗାତ ମିଶି ଯାଉଁ ଯେଉଁଠି

ଦେବତା ଗନ୍ଧର୍ବ ଦେବତା ଆସନ୍ତି ସେଇଠି

ଆଦିତ୍ୟ ଆସିଲେ ଯାଉ ତୁ ଫେରି

ଅନାଇ ବସେ ମୁଁ ବାଟ ତୋହରି

ସନ୍ଧ୍ୟାରୁ ଆସିବୁ ତୁ ଯଥା ଶୀଘ୍ର ଉଇଁ

ସଙ୍ଗାତ ପଣିଆ ଜଗତକୁ ଦେଖାଇବା ପାଇଁ ରହିଥିବ ଏହି

ବନ୍ଧୁତ୍ୱ ଯେ ଆମର

ଯେତେ ଯାଏ ଅଛି, ସଞ୍ଚ ଉଷା ପ୍ରହର

ଚାନ୍ଦିନୀ ଅଟୁ ତୁ ମୁଁ ଯେ କୁମୁଦ

ଦେଖାଇ ଚାଲିବା ଏଇତ ଆମର ବନ୍ଧୁତ୍ୱ

ଦେଖରେ ଦେଖ ପ୍ରାଣୀ ଜଗତେ

ବନ୍ଧୁର ବନ୍ଧୁତ୍ୱ ରଖିବ ସମସ୍ତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational