ଏଇ ଯେ ଜନ୍ମନେଲି
ଏଇ ଯେ ଜନ୍ମନେଲି
ମହା ତିମିରର
ଜରାୟୂ ଫାଡି ମୁଁ
ଏଇଯେ ଜନ୍ମ ନେଲି ,
ଏମାଟି ବୁକୁରେ
ଲାଲ୍ କରବୀର
ରକ୍ତ ପାଖୁଡା ମେଲି ।
ବକ୍ଷ ତଳେ ମୋ
ଲକ୍ଷ ଯୁଗର
ଦୁଃସହ ବେଦନା ଖେଳେ ,
ବିଦ୍ରୋହ ବହ୍ନି
ଶିଖା ଟେକି ଉଠେ
ଏଇମୋର ମନତଳେ ।
ଜନ୍ମିଛି ମୁହିଁ
ରକ୍ତ ଶପଥ ନେଇ,
ବିଶ୍ବର ଯେତେ
ନିଃସ୍ବ ଜନତା
ଦୁଖ ଦୂରିତ ପାଇଁ ।
କୈଳାସ ଚନ୍ଦ୍ର ପାଢୀ
କୁମାରପୁର।, ଭଦ୍ରକ।
