STORYMIRROR

Kalish Chandra Parhi

Inspirational

3  

Kalish Chandra Parhi

Inspirational

ଏଇ ଯେ ଜନ୍ମନେଲି

ଏଇ ଯେ ଜନ୍ମନେଲି

1 min
773


ମହା ତିମିରର

ଜରାୟୂ ଫାଡି ମୁଁ

ଏଇଯେ ଜନ୍ମ ନେଲି ,

ଏମାଟି ବୁକୁରେ

ଲାଲ୍ କରବୀର

ରକ୍ତ ପାଖୁଡା ମେଲି ।

ବକ୍ଷ ତଳେ ମୋ

ଲକ୍ଷ ଯୁଗର

ଦୁଃସହ ବେଦନା ଖେଳେ ,

ବିଦ୍ରୋହ ବହ୍ନି

ଶିଖା ଟେକି ଉଠେ

ଏଇମୋର ମନତଳେ ।

ଜନ୍ମିଛି ମୁହିଁ

ରକ୍ତ ଶପଥ ନେଇ,

ବିଶ୍ବର ଯେତେ

ନିଃସ୍ବ ଜନତା

ଦୁଖ ଦୂରିତ ପାଇଁ ।

କୈଳାସ ଚନ୍ଦ୍ର ପାଢୀ

କୁମାରପୁର।, ଭଦ୍ରକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational