STORYMIRROR

Kalandi pal

Inspirational

4  

Kalandi pal

Inspirational

ଏଇ ତ ଜୀବନ

ଏଇ ତ ଜୀବନ

1 min
215


ବାଳୁତ କାଳରେ ମାଆ ତା ନିଜର

    ଚାଡେନି ପଣତ କାନି

ହେତୁ ପାଇଗଲେ ସାଙ୍ଗ ତା ନିଜର

    ଖେଳରୁ ମନ ଛାଡ଼େନି ।


ପାଠ ପଢା ବେଳେ ପାଠ ତା ନିଜର

     ନିଜର ତା ସାଙ୍ଗ ସାଥି

କିଶୋର ବୟସେ ସଦା ମନ ରସେ

    ଫଗୁଣର ଚୋରା ପ୍ରୀତି ।


ମନ ଖୋଜୁଥାଏ  ରଙ୍ଗୀନ ଦୁନିଆଁ

     ରଙ୍ଗିନ ପରଜାପତି

ଫୁଲରୁ ଫୁଲକୁ   ଉଡ଼ି ବୁଲୁଥାଏ

    ରଙ୍ଗିନ ତା ଦିନ ରାତି ।


ଉଛୁଳା ତରଙ୍ଗ ଉଛୁଳା ଯୌବନେ

    ଧରି ଥାଏ ତାର ମଙ୍ଗ

ପଛ କରିଦିଏ  ସାଙ୍ଗ ସାଥୀ ତାର

    ଲଭି ପ୍ରେମିକାର ସଙ୍ଗ ।


ବିବାହ ବନ୍ଧନେ ବାନ୍ଧି ହୋଇ ଦିନେ

     ଭୁଲି ଯାଏ ପରିବାର

କିଏ ବାପା ମାଆ କେ ଭାଇ ଭଉଣୀ

    ଭାରିଜା ଅଟେ ନିଜର ।


ପରିବାର ତାର    ତା ଶ୍ଵଶୁର ଘର

    ପୁଅ ଝିଅ ଓ ଭାରିଜା 

ରକତ ସମ୍ପର୍କେ  ରଚି ବାଦ ତର୍କେ

    ପଡନ୍ତିନି କେବେ ଖୋଜା ।


ମଧ୍ୟମ ବୟସେ ମନେ ମନେ ହସେ

    ଦେଖି ନିଜ ସଫଳତା

ଝିଅ ବାହାଘର   ପୁଅ ବାହାଘର

    କେତେ ରକମର କଥା ।


ବୃଦ୍ଧ ବୟସରେ ବସି ବାରଣ୍ଡାରେ

    ଚାହିଁଛି ହାତ ଟେକାକୁ

ମନରେ ଭାବୁଛି  ପୁଣି ପରଖୁଛି

     କରିବା ପୂର୍ବ କର୍ମକୁ ।


ଅସହାୟ ମଣି ଦୂରେଇ ଗଲେଣି

    ଭାବିଲି ଯା'କୁ ନିଜର

ଫିଙ୍ଗିଲେ ଟେକାଟି ଥୁଆ ପଥରଟି

    ବସି ସେ କରେ ବିଚାର ।


ଖୋଜଇ ଶେଷରେ ଜରାଶ୍ରମ ଟିଏ

    ସାହାରା ଟିକିଏ ପାଇଁ

କରନ୍ତି ବିଦ୍ରୁପ    ଅର୍ଜିବା ସମ୍ପଦ

    କାହିଁ ହେଉ ହାଇଁ ପାଇଁ ।



Rate this content
Log in

Similar oriya poem from Inspirational