STORYMIRROR

Baijayantimala Rout

Fantasy

4  

Baijayantimala Rout

Fantasy

ଏଇ ତ ଜୀବନ

ଏଇ ତ ଜୀବନ

1 min
368

ଜୀବନଟା ଏକ ଶୁଷ୍କ ମରୁବାଲି

ସଂଘର୍ଷର ଗନ୍ତାଘର,

ବିନା ସଂଘର୍ଷରେ ତିଷ୍ଠି ନାହିଁ କେହି

ସଂସାର ରୂପି ସାଗର ।

ବଞ୍ଚିବା ପାଇଁକି ଚାଲେ ଏଠି ପୁଣି

ଦିନ ଓ ରାତି ସଂଘର୍ଷ,

ସପନ ପୂରଣ କରିବା ନିମନ୍ତେ

ଚାଲିଯାଏ ଏ ଦିବସ ।

ସ୍ନେହ ମମତାର ମିଛ ଖେଳ ଏଠି

ଖେଳିଥାଏ ଏ ମଣିଷ,

ଜୀବନ ସଉଦା କରିଥାନ୍ତି ପୁଣି

ବିଷକୁ କରି ପୀୟୁଷ ।

ଛଳନା ରଙ୍ଗରେ ରଙ୍ଗେଇ ହୋଇଛି

ମାୟା ଭରା ସଂସାରଟା,

ଭିତରଟା ବିଷ ମୁଖରେ ଅମୃତ

ଏ ମାନବ ହଟହଟା ।

ନାରୀ ଏଠି ନିତି ସଂଘର୍ଷ କରୁଛି

ନିଜ ସୁରକ୍ଷା ନିମନ୍ତେ,

କିଏ ଦେବ ଏଠି ନାରୀଙ୍କୁ ସୁରକ୍ଷା

ଶତ୍ରୁ ଯେ ଏଠି ସମସ୍ତେ ।

ସଂଘର୍ଷରେ ଭରା ଏଇ ଜୀବନକୁ

କରିଦେବା ନାହିଁ ନଷ୍ଟ,,

ହାରିଯିବା ନାହିଁ ଡରିଯିବା ନାହିଁ

ପଡୁ ପଛେ ଯେତେ କଷ୍ଟ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy