ଏଇ ତ ଜୀବନ
ଏଇ ତ ଜୀବନ
ଏନ୍ତୁଡ଼ିରୁ ଆରମ୍ଭ ଜୁଇରେ ଶେଷ
କୁଆଁ କୁଆଁରୁ ଆରମ୍ଭ ହୁଏ ବଂଚିବାର ଅଭ୍ୟାସ
ଠୁକୁ ଠୁକୁ ପାଦ ପକାଇ ଆଗକୁ ଚାଲିବାର ପ୍ରୟାସ
ନିଜକୁ ବଞ୍ଚାଇବା ପାଇଁ ଅହର୍ନିଶି ଚାଲିଛି ସଂଘର୍ଷ
ଘାସ ପରି ଦଳି ହୋଇ ତଥାପି ମୁହଁରେ ଥାଏ ହସ
ପାଇ ପାଇ ତଥାପି ଥାଏ ନପାଇବାର ଅବଶୋଷ
କିଏ ପାତାଳରେ ପାଏ ଖୁସି କିଏ ଖୋଜେ ଆକାଶ
ଏଇ ତ ଜିବନ କାହାର କଟୁ ଥାଏ ରୋଗ ଶଯ୍ୟାରେ
ତ କାହାର ଅକାଳ ରେ ବନ୍ଦ ହୋଇଯାଏ ନିଶ୍ୱାସ ।
