STORYMIRROR

Neelima Nivedita Behera

Romance Others

2  

Neelima Nivedita Behera

Romance Others

ଏଇ ରଙ୍ଗ

ଏଇ ରଙ୍ଗ

1 min
2.3K


 ଦୋଳ ପୁନେଇଁ ଆଜି

କି ମେଲିଛି ଫଗୁଣର ପସରା

ସେ କଥା କହି ପାରିବିନି...

କହିପାରିବି ଏତିକି ଯେ,

ରଙ୍ଗ ଲାଗିଲେ ଦେହରେ

ଏଇମିତି ମୁଦି ହୋଇଯାଏ ଦୁଇ ଆଖି

ରଙ୍ଗ ଲାଗିଲେ ମନରେ

ଏଇମିତି ଓଠରେ ହସ ରହିଥାଏ ଲାଖି

ଆଉ ରଙ୍ଗ ଯଦି ଥରେ ଆତ୍ମାରେ ଲାଗିଯାଏ ନା !!!

ଈର୍ଷା ବି ବଦଳାଏ ତା'ର ଦିଗ

ଘୃଣାରୁ ଲିଭିଯାଏ ସବୁ ଦାଗ

ଶତ୍ରୁ ଆଉ ମିତ୍ରକୁ

ପ୍ରେମ କରିପାରେନା ଭାଗ ଭାଗ ।

ଏଇ ରଙ୍ଗ ହିଁ

ଧୋଇ ଦିଏ ଲୁହର ଉଷ୍ଣତା

ଏଇ ରଙ୍ଗ ହିଁ

ହସରେ ମିଶାଏ ମାଦକତା

ଏଇ ରଙ୍ଗ

ବଞ୍ଚେଇ ରଖେ ସବୁ ଚପଳତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance