STORYMIRROR

Kalish Chandra Parhi

Inspirational

3  

Kalish Chandra Parhi

Inspirational

ଏଇ ପ୍ରଶ୍ନ ଉଠେ ଭାତି

ଏଇ ପ୍ରଶ୍ନ ଉଠେ ଭାତି

1 min
148

ମନ ତଳେ ତଳେ

କେତେ ପ୍ରଶ୍ନ ଖେଳେ

       ଉତ୍ତର ପାଏନା ଖୋଜି,

ମାନବ ସମାଜେ

ଏତେ ତାରତମ୍ୟ

       କିଏ ଅବାଅଛି ସୃଜି ।

କାହାମନେ ଖେଳେ

ଆନନ୍ଦ ତରଙ୍ଗ

        ସୀମା ସରହଦ ଡେଇଁ,

ଦୁଃଖର ଡଅଁରେ

ଆକୁଳ ଚିତ୍କାର

        କରୁଅଛି କିଏ କାହିଁ।

ଏକ ଉପାଦାନେ

ଗଠିତ ଏଦେହ

        ଛୁଆଁ ଅଛୁଆଁର ଭାବ,

ଶ୍ରେଣୀ ବିଭେଦର

ପାଚେରୀ ଉଠାଇ

        ଦେଇଅଛି ପରାଭବ।

ନାରୀ ପୁରୁଷର

ସଂସାରେ କାହିଁକି

        ଏତେ ସବୁପ୍ରହସନ,

ଭଲ ପାଇବାର

ପବିତ୍ରତା ଏଠି

        କାହିଁକି ପଡେ଼ ମଳିନ।

ପୁଣ୍ଯମୟୀ ଏଇ

ମାଟିକୁ କାହିଁକି

        କରାଯାଏ ବିକାକିଣା,

ଅଧିକାର ଏଠି

କାହାପାଇଁ ବେଶୀ

        କାହା ପାଇଁ ପୁଣି ଉଣା।

ଶ୍ରେଣୀ ବିଭାଗରେ

ଦୁଇଗୋଟି ମାତ୍ର

         ମଣିଷ ଗୋଟିଏ ଜାତି,

ଅସୁମାରୀ ଜାତି

ସୃଷ୍ଟିକଲା କିଏ

         ଏଇ ପ୍ରଶ୍ନ ଉଠେ ଭାତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational