Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଏଇ ମୋ ଦେଶ ଭାରତ

ଏଇ ମୋ ଦେଶ ଭାରତ

1 min
266



ନୁହେଁ ଗଣତନ୍ତ୍ର ଚାଲେ ଏକଛତ୍ର 

    ମିଥ୍ୟା ଗଣତନ୍ତ୍ର ଶବ୍ଦ

ସ୍ବାଧିନ ହେବାର ତେସ୍ତରି ବର୍ଷର

    ଦେଖ ଇତିହାସ ଫର୍ଦ୍ଦ 

    ଏଇ ମୋ ଦେଶ ଭାରତ ।


କ୍ଷମତା ଖୋଳପା ଗଭୀରତା ମପା

    ପାଇଁ ନାହିଁ କେଉଁ ଯନ୍ତ୍ର

ଆଇନ କାନୁନ ଡୁବି ମରେ ତେଣୁ

     କ୍ଷମତାର କରାୟତ

    ଏଇ ମୋ ଦେଶ ଭାରତ ।


କାହାକୁ ରୁଚୁନି     ପଲଉ ଚଟଣୀ

     ଫିଙ୍ଗେ ଗଦା ଗଦା ଭାତ

ପେଟ ପୋଡେ କାର ନ ପାଇ ଆହାର

     ଭାତକୁ ପତାଏ ହାତ 

    ଏଇ ମୋ ଦେଶ ଭାରତ ।


ପାଉନି ରୋଗିଟି    ଓଷଦ ଏଇଠି

    ରୋଗେ ହୁଏ ହନ୍ତ ସନ୍ତ

ଫିଙ୍ଗା ହୁଏ ଗଦା   ଗଦା ଓଉଷଧ

    ଏ କଥାଟି ଧ୍ରୁବ ସତ୍ୟ 

   ଏଇ ମୋ ଦେଶ ଭାରତ ।


ନର ହତ୍ୟାକାରୀ  ନାରୀ ବଳାକ୍ତାରି

    ଚୋର ଖଣ୍ଟ ଡକାୟତ

ନିଶେ ହାତ ମାରି ମାରେ ବାହାଦୂରୀ

    ନିର୍ଦ୍ଧୋଷୀ ଦଣ୍ଡ ପାଏତ

   ଏଇ ମୋ ଦେଶ ଭାରତ ।


ବିନା ଲାଞ୍ଚେ ଏଠି ଫାଇଲ ଖୋଲେନି

    ଦରମା ତ ସୁରକ୍ଷିତ

ପାଇଲେ ଆସନ ପାଞ୍ଚ ବର୍ଷେ ସଞ୍ଚେଇ

    ସାତ ଜନମକୁ ବିତ୍ତ 

   ଏଇ ମୋ ଦେଶ ଭାରତ ।


ଜୀବନେ ଦେବସ୍ଵ ବ୍ରହ୍ମସ୍ଵ ରାଜସ୍ବ

    ଭକ୍ଷଣେ ଯାହାର ଚିତ୍ତ

ସଂସାରରେ ଭାଇ ଅଧମଟି ସେହି

    ଦଣ୍ଡ ଦ୍ୟନ୍ତି ଯମ ଦୂତ

    ଏଇ ମୋ ଦେଶ ଭାରତ ।



Rate this content
Log in

Similar oriya poem from Inspirational